ଅନୁଗୁଳ: ମଙ୍ଗଳବାର ଅନୁଗୁଳ ପୌରପାଳିକାର ୱାର୍ଡ୍ ବିଭାଜନ ସାଙ୍ଗକୁ ଆସନ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ପ୍ରକାଶିତ ଚିଠା ତାଲିକା ଅନୁଯାୟୀ ୭ଟି ୱାର୍ଡକୁ ଅଣସଂରକ୍ଷିତ ରଖାଯାଇଛି । ସେହିପରି ୬ଟି ଆସନ କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ୩ଟି ପଛୁଆବର୍ଗ ଓ ୩ଟି ପଛୁଆବର୍ଗ ମହିଳା ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଗୋଟିଏ ଆସନ ସଂରକ୍ଷିତ ରହିଥିବା ବେଳେ ୩ଟି ଆସନ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବା ଜଣାପଡ଼ିଛି। ଚିଠା ତାଲିକା ଅନୁଯାୟୀ, ପୌରପାଳିକାର ୧ ନମ୍ବର ୱାର୍ଡ ଏ ବର୍ଷ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ସେହିପରି ୨ ନମ୍ବର ଓ ୪ ନମ୍ବର ୱାର୍ଡର ଆସନ ମହିଳାଙ୍କ ହାତକୁ ଯାଇଛି । ଯଦି କୌଣସି ଆପତ୍ତି ଅଭିଯୋଗ ନଆସେ କିମ୍ବା ଚିଠା ତାଲିକା ଅପରିବର୍ତିତ ରହେ ତେବେ ଏହି ଦୁଇ ୱାର୍ଡରେ କେବଳ ମହିଳା ପ୍ରାର୍ଥୀ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ। ୫ ନମ୍ବର ଓ ୭ ନମ୍ବର ୱାର୍ଡ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ସେହିପରି ୮ ନମ୍ବର ୱାର୍ଡ ପଛୁଆ ବର୍ଗ ମହିଳା ଓ ୯ ନମ୍ବର ୱାର୍ଡ୍ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବା ଜଣାପଡ଼ିଛି। ୧୦ ନମ୍ବର ୱାର୍ଡ୍ କେବଳ ମହିଳା, ୧୨ ନମ୍ବର ୱାର୍ଡ୍ ପଛୁଆବର୍ଗ ମହିଳା, ୧୫ ନମ୍ବର ୱାର୍ଡ୍ ଅନୁସୂଚିତ ଜାତି ମହିଳା, ୧୭ ନମ୍ବର ୱାର୍ଡ୍ ଅନୁସୂଚିତ ଜନଜାତି ମହିଳା, ୧୮ ନମ୍ବର ୱାର୍ଡ୍ ଅନୁସୂଚିତ ଜାତି, ୨୦ ନମ୍ବର ୱାର୍ଡ ଅନୁସୂଚିତ ଜାତି ମହିଳା, ଶେଷ ତିନୋଟି ୱାର୍ଡ ଯଥାକ୍ରମେ ୨୧, ୨୨ ଓ ୨୩ ନମ୍ବର ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ସଂରକ୍ଷଣ ଚିଠା ତାଲିକା ନେଇ କୌଣସି ଆପରି ଓ ଅଭିଯୋଗ ଥିଲେ ଆସନ୍ତା ୧୦ ଦିନ ମଧ୍ୟରେ ଅଭିଯୋଗ ପତ୍ର ଗ୍ରହଣ କରାଯିବ। ପରେ ଏଥିନେଇ ଶୁଣାଣି କରାଯାଇ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲି ପୌରପାଳିକା ପକ୍ଷରୁ ସୂଚନା ମିଳିଛି ।
ପୌର ନିର୍ବାଚନ ସଂରକ୍ଷଣ ଚିଠା ତାଲିକା ପ୍ରକାଶ
- Post published:November 10, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
