ଅନୁଗୁଳ: ପୂର୍ବ ଶତ୍ରୁତାରୁ ଜଘନ୍ୟ ହତ୍ୟା । ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା ଅଭିଯୋଗ। ଛେଣ୍ଡିପଦା ଥାନା ପାତ୍ରପଡା ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ସେହି ଗାଁର ଜିତେନ୍ଦ୍ର ଧଳ । ଅଭିଯୁକ୍ତ ପୀତବାସ ସାହୁକୁ ଅଟକ ରଖି ପଚାର ଉଚାର କରୁଛି ପୁଲିସ୍ ।ଅଭିଯୋଗ ମୁତାବକ, ପାତ୍ରପଡ଼ା ଗାଁର ଜିତେନ୍ଦ୍ର ଓ ପୀତବାସଙ୍କ ମଧ୍ୟରେ ପୂର୍ବରୁ ଟଙ୍କା ନେଣଦେଣକୁ ନେଇ ବିବାଦ ଲାଗି ରହିଥିଲା । ବହୁ ସମୟର ଉଭୟଙ୍କ ମଧ୍ୟରେ ଝଗଡା ହୁଏ । ଗତକାଲି ବି ଝଗଡା ହୋଇଥିଲା । ଜିତେନ୍ଦ୍ର ମଦ୍ୟପାନ କରି ପୀତବାସକୁ ଗାଳି ଗୁଲଜ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ପୀତାବାସ ଏକ ଟାଙ୍ଗିଆରେ ଜିତେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ ଜିତେନ୍ଦ୍ରଙ୍କୁ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବରପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଚଳାଇଛି।
ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ
- Post published:July 14, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal
