ନାଲକୋ ଅନୁଗୁଳ ତରଫରୁ ଯୁବକ-ଯୁବତୀଙ୍କୁ ମାଗଣାରେ ଚାକିରୀ ଭିତ୍ତିକ ପ୍ରଶିକ୍ଷଣ: ଭୁବନେଶ୍ୱରକୁ ଯାତ୍ରା ଆରମ୍ଭ

You are currently viewing ନାଲକୋ ଅନୁଗୁଳ ତରଫରୁ ଯୁବକ-ଯୁବତୀଙ୍କୁ ମାଗଣାରେ ଚାକିରୀ ଭିତ୍ତିକ ପ୍ରଶିକ୍ଷଣ: ଭୁବନେଶ୍ୱରକୁ ଯାତ୍ରା ଆରମ୍ଭ

ଅନୁଗୁଳ: ଭାରତ ସରକାରଙ୍କ ନବରତ୍ନ ପ୍ରାପ୍ତ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ଏହାର ଅନୁଗୁଳ ସ୍ଥିତ ସ୍ମେଲ୍ଟର ଓ ପାୱାର କମ୍ପ୍ଲେକ୍ସ (ଏସ୍ ଆଣ୍ଡ ପି)ର ପାରିପାର୍ଶ୍ୱିକ ଗ୍ରାମର ଯୁବକ-ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏକ ବଡ଼ ପଦକ୍ଷେପ ନେଇଛି।

କମ୍ପାନୀର ସିଏସ୍‌ଆର୍ (CSR) କାର୍ଯ୍ୟକ୍ରମ ଜରିଆରେ ଏହି ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ପାଇଁ ଭୁବନେଶ୍ୱର ସ୍ଥିତ ସରକାର ଅନୁମୋଦିତ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନରେ ତିନିମାସ ପାଇଁ ଚାକିରୀ ଭିତ୍ତିକ ନିଶୁଳ୍କ ଟ୍ରେନିଂ ବ୍ୟବସ୍ଥା କରାଯାଇଛି।

ବୁଧବାର ଏସ୍ ଆଣ୍ଡ ପି କମ୍ପ୍ଲେକ୍ସ ସ୍ଥିତ ଟ୍ରେନିଂ ସେକ୍ଟର ପ୍ରାଙ୍ଗଣରୁ ଏକ ଉତ୍ସବରେ ଯୁବକ-ଯୁବତୀମାନଙ୍କୁ କମ୍ପାନୀ ପକ୍ଷରୁ ଏକ ବସ୍ ଯୋଗେ ଭୁବନେଶ୍ୱର ପଠାଯାଇଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଏସ୍ ଆଣ୍ଡ ପି) ସଚ୍ଚିଦାନନ୍ଦ ଜେନା ଏବଂ ସିଜିଏମ୍ (ଏଚଆର୍) ହିମାଂଶୁ ଶେଖର ପ୍ରଧାନ ପତାକା ଦେଖାଇ ଯାତ୍ରା ଆରମ୍ଭ କରିଥିଲେ। ଏହି ଅବସରରେ ସିଏସଆର୍ ବିଭାଗର ମୁଖ୍ୟ ରାଜରାମ ମିଶ୍ର, ଅଭିଭାବକବୃନ୍ଦ, କର୍ମଚାରୀ ଓ ନାଲକୋ ଫାଉଣ୍ଡେସନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଗତ ସପ୍ତାହରେ ଅନଲାଇନ୍ ଟେଷ୍ଟ ମାଧ୍ୟମରେ ଚୟନ ହୋଇଥିବା ଏହି ଯୁବକ-ଯୁବତୀମାନଙ୍କୁ ସେମାନଙ୍କ ପ୍ରାଥମିକତା ଅନୁଯାୟୀ ତିନିଟି ଟ୍ରେନିଂ କୋର୍ସରେ ତିନି ମାସ ପାଇଁ କର୍ମ-କ୍ଷେତ୍ର ଉପଯୋଗୀ ପ୍ରଶିକ୍ଷଣ ଦିଆଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତାଲିମ ଶେଷ ପରେ ବିଭିନ୍ନ ସମ୍ମାନଜନକ କମ୍ପାନୀମାନଙ୍କରେ ସେମାନଙ୍କୁ ନିଶ୍ଚିତ ଚାକିରୀ ମିଳିବା ପାଇଁ ବ୍ୟବସ୍ଥା କରାଯାଇଛି।

ପ୍ରୋଜେକ୍ଟ ସମ୍ବନ୍ଧୀୟ କାର୍ଯ୍ୟରେ ଏଜିଏମ୍ (ପିଆର ଓ ସିଏସଆର) ସମୀର ମାଝିଙ୍କ ସହ ଶିବାନନ୍ଦ ସାହୁ, ପ୍ରଭାସ ସିଂହ ଓ ପ୍ରୀତମ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।

Share

Leave a Reply