ଅନୁଗୁଳ: କରୋନା ଯୋଗୁଁ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରସିଦ୍ଧ ନାଲ୍କୋ ବିଶ୍ଵକର୍ମା ପୂଜା ଫିକା ପଡ଼ିଛି। ନାଲ୍କୋ ପ୍ରତିଷ୍ଠା ହେବାଦିନଠାରୁ ଦେବଶିଳ୍ପୀଙ୍କ ପୂଜା ବହୁ ଆଡ଼ମ୍ବରରେ ପାଳିତ ହୋଇଆସୁଥିଲା। ୨୩ଟି ମଣ୍ଡପରେ ପୂଜା ହୋଇଥାଏ। ଅଞ୍ଚଳର ଏହା ଗଣପର୍ବ ଭାବେ ପାଳିତ ହୋଇଆସୁଥିଲା। ଏକ ସପ୍ତାହ ବ୍ୟାପୀ ନାଲ୍କୋ ଟାଉନ୍ସିପ୍ ଲୋକାରଣ୍ୟ ହୋଇଉଠିଥାଏ। ହେଲେ କରୋନା ଯୋଗୁଁ ଗଲାବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫଟୋରେ ପୂଜା ସୀମିତ ରହିବ ବୋଲି ଜଣାଯାଇଛି । କାରଖାନାରେ ପ୍ରତ୍ୟେକ ଡିପାର୍ଟମେଣ୍ଟରେ କେବଳ ଫଟୋ ପୂଜା ହେବ। ପ୍ରସାଦ ସେବନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ଜଣାପଡ଼ିଛି। ତେବେ କାରଖାନା ଭିତରେ ପ୍ରାୟ ପଚାଶରୁ ଊର୍ଦ୍ଧ୍ବ ସ୍ଥାନରେ କେବଳ ଫଟୋ ପୂଜା ହେବାକୁ ସ୍ଥିର ହୋଇଛି। ଏ ନେଇ କର୍ମଚାରୀ ମହଲରେ ଏକ ପ୍ରକାର ନୈରାଶ୍ୟ ଖେଳିଯାଇଛି।
ନାଲ୍କୋ ବିଶ୍ୱକର୍ମା ପୂଜା ଫିକା,ଫଟୋରେ ପୂଜା ପାଇବେ ବିଶ୍ବବିନ୍ଧାଣୀ
- Post published:September 17, 2021
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
