ଅନୁଗୁଳ: ବୁଧବାର ସକାଳେ ନାଲକୋ ମାଂସ ମାର୍କେଟ ସମ୍ମୁଖରେ ଏକ ବସ ଧକ୍କାରେ ନାଲକୋର ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, କେଉଁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ମାରେରଗାଁର ପ୍ରମୋଦ କୁମାର ଜେନା ଯେ କି ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର କାଁରେ ରହି ନାଲକୋରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସକାଳେ ସେ ସାଇକେଲରେ ନାଲକୋ ଯାଉଥିବା ବେଳେ ଟାଟା ଭୂଷଣକୁ ଯାଉଥିବା ଏକ ବସ(ଓଡି୧୯ଏସ-୮୦୪୨) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ପ୍ରମୋଦ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ଘଟଣା ଜଣାପଡ଼ିବାପରେ ଠିକା ଶ୍ରମିକମାନେ ପ୍ରମୋଦଙ୍କ ଶବକୁ ନାଲକୋ ମୁଖ୍ୟ ଫାଟକ ନିକଟରେ ରଖି ଧାରଣା ଦେଇଥିଲେ। ପରେ ପୁଲିସ ସେଠାରେ ପହଞ୍ଚି ବୁଝାଶୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏ ନେଇ ପୁଲିସ ଏକ ମାମଲା ରୁଜୁକରି ବସକୁ ଜବତ କରିଛି।
ଦୁର୍ଘଟଣାରେ ନାଲକୋ ଠିକା ଶ୍ରମିକଙ୍କ ମୃତ୍ୟୁ
- Post published:August 25, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
