ନାଲକୋ ଜଗନ୍ନାଥ ମନ୍ଦିରର ୩୩ ତମ ପ୍ରତିଷ୍ଠା ଉତ୍ସବ ପାଳିତ, ଶନିବାର ହେବ ସ୍ନାନ ନୀତି

You are currently viewing ନାଲକୋ ଜଗନ୍ନାଥ ମନ୍ଦିରର ୩୩ ତମ ପ୍ରତିଷ୍ଠା ଉତ୍ସବ ପାଳିତ, ଶନିବାର ହେବ ସ୍ନାନ ନୀତି

ନାଲକୋ ନଗର: ନାଲକୋ ନଗର ଜଗନ୍ନାଥ ମନ୍ଦିରର ଜ୍ୟେଷ୍ଠ ଶୁକ୍ଳ ଦ୍ଵାଦଶୀ ବୁଧବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ୩ଦିନ ଧରି ୩୩ତମ ପ୍ରତିଷ୍ଠା ଉତ୍ସବ ପାଳିତ ହେଉଛି। ବୁଧବାର ଦିନ ଅଧିବାସ କାର୍ଯ୍ୟ ଶେଷ ହୋଇଥିଲା।ଗୁରୁବାର ସକାଳ ୫.୩୦ ଠାରୁ ଶୁକ୍ରବାର ସକାଳ ୫.୩୦ ମିନିଟ ସମୟ ପର୍ଯ୍ୟନ୍ତ ନାମ ସଂକୀର୍ତ୍ତନ ଓ ଅଷ୍ଟପ୍ରହରୀ ନାମଯଜ୍ଞ ଚାଲିବ।

ମନ୍ଦିର ପ୍ରାଙ୍ଗଣରେ ୧୫ଟି ଦଳ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନରେ ସାମିଲ ହୋଇଥିଲେ।ମୁଖ୍ୟ ପୂଜକ ବାବାଜୀ କୀର୍ତ୍ତନ ଦାସ ସମସ୍ତ ପୂଜାର୍ଚ୍ଚନା କରିଥିଲେ। କର୍ତ୍ତା ଭାବେ ଆଶିଷ କୁମାର ସାହୁ ଦାୟିତ୍ଵ ନିର୍ବାହ କରିଥିଲେ। ନାଲକୋ ନଗର ଦିବ୍ୟ ଶ୍ବେତ କ୍ଷେତ୍ର ପରିସରରେ ଥିବା ଆନନ୍ଦ ବଜାର ଠାରେ ନାଲକୋ ନଗର ତଥା ଆଖପାଖ ଅଞ୍ଚଳର ସମସ୍ତ ଭକ୍ତ ପ୍ରସାଦ ସେବନ କରିଥିଲେ। ମନ୍ଦିର ପରିଚାଳନା କମିଟିର ସଭାପତି ଅମୀୟ କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଉତ୍ସବ ପାଳିତ ହୋଇଛି।

ଶୁକ୍ରବାର ଦିନ କଲୋନୀ ପରିସରରେ ନଗର କୀର୍ତ୍ତନ ହେବ। ଶନିବାର ଦିନ ଜଗନ୍ନାଥ ମନ୍ଦିର ସାମ୍ମାରେ ଥିବା ସ୍ନାନ ମଣ୍ଡପରେ ସକାଳେ ତିନି ଠାକୁରଙ୍କ ମହାସ୍ନାନ ହେବ ବୋଲି ମନ୍ଦିର କମିଟି ପ୍ରକାଶ କରିଛନ୍ତି।

Share

Leave a Reply