କଣିହାଁ ବ୍ଲକରେ ନୂତନ ଶିକ୍ଷା ଅଧିକାରୀ ଭାବେ ଯୋଗ ଦେଲେ ନରୋତ୍ତମ ପ୍ରଧାନ

You are currently viewing କଣିହାଁ ବ୍ଲକରେ ନୂତନ ଶିକ୍ଷା ଅଧିକାରୀ ଭାବେ ଯୋଗ ଦେଲେ ନରୋତ୍ତମ ପ୍ରଧାନ

କଣିହାଁ: କଣିହାଁ ବ୍ଲକରେ ନୂତନ ଶିକ୍ଷା ଅଧିକାରୀ ଭାବେ ନରୋତ୍ତମ ପ୍ରଧାନ ଯୋଗଦାନ କରିଛନ୍ତି। ବ୍ଲକର ପ୍ରାଇମେରୀ ସ୍କୁଲ ଶିକ୍ଷକ ସଂଘର କାର୍ଯ୍ୟକର୍ତ୍ତା ଓ କର୍ମଚାରୀ ଶୁକ୍ରବାର ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
କାର୍ଯ୍ୟକ୍ରମରେ ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଙ୍ଗୁଳୁ ଚରଣ ପ୍ରଧାନଙ୍କ ସହିତ ଶିକ୍ଷକ ସଂଘର ସଭାପତି କିଶୋର ଚନ୍ଦ୍ର ସାହୁ, ସାଧାରଣ ସଂପାଦକ ଲିଙ୍ଗରାଜ ବେହେରା ଓ କର୍ମଚାରୀ ଉପସ୍ଥିତ ଥିଲେ।
ପୂର୍ବରୁ ଶ୍ରୀ ପ୍ରଧାନ କିଶୋର ନଗର ବ୍ଲକରେ ଅତିରିକ୍ତ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରିଥିବା ବେଳେ ପଦୋନ୍ନତି ପରେ ବ୍ଲକ ଶିକ୍ଷା ଅଧିକାରୀ ଭାବେ କଣିହାଁରେ ଯୋଗଦାନ କରିଛନ୍ତି। ଶିକ୍ଷା କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କ ଉନ୍ନତି ସହିତ ଉପଯୁକ୍ତ ପାଠ ଓ ସରକାରୀ ବ୍ୟବସ୍ଥାରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ର ସଫଳତା ପାଇଁ ସେ ଧ୍ୟାନ ଦେବେ ବୋଲି କହିଛନ୍ତି।

Share

Leave a Reply