୨୯ ରୁ ଆୟୋଜିତ ହେଉଛି ଜାତୀୟ ଜନଜାତି ମହୋତ୍ସବ, ବସୁଛି ୧୪୦ ଟି ଷ୍ଟଲ

You are currently viewing ୨୯ ରୁ ଆୟୋଜିତ ହେଉଛି ଜାତୀୟ ଜନଜାତି ମହୋତ୍ସବ, ବସୁଛି ୧୪୦ ଟି ଷ୍ଟଲ

ଅନୁଗୁଳ: ଅନୁଗୁଳ ନାଳକୋ ନଗର ଠାରେ ୨୯ ତାରିଖ ଠାରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଜାତୀୟ ଜନଜାତି ମହୋତ୍ସବ। ପରିଚୟ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଏହି ମହୋତ୍ସବ ହେବାକୁ ଯାଉଛି ବୋଲି ପରିଚୟର ମ୍ୟାନେଜିଙ୍ଗ ଟ୍ରଷ୍ଟି ସୁବାଶିଷ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଦ୍ଵିତୀୟ ଥର ପାଇଁ ଏହି ମହୋତ୍ସବ ନାଲକୋ ନଗରରେ ଆୟୋଜିତ ହେବାକୁ ଯାଉଛି। ୧୭ ଟି ଜିଲ୍ଲା ଏବଂ ୧୨ ଟି ରାଜ୍ୟର ଶିଳ୍ପୀମାନେ ଏହି ମହୋତ୍ସବରେ ତାଙ୍କର କାରିଗରୀ ସାମଗ୍ରୀ ପ୍ରଦର୍ଶନ କରିବା ସହିତ ବିକ୍ରି କରିବେ। ଏଠାରେ ଜନଜାତି ଓ ମହିଳା ଶିଳ୍ପୀଙ୍କ ଦ୍ବାରା ତିଆରି ହସ୍ତଶିଳ୍ପ, ବସ୍ତ୍ର, ମସଲା, ହସ୍ତତନ୍ତ ଓ ଅନ୍ୟାନ୍ୟ ସାମଗ୍ରୀ ଏଠାରେ ଉପଲବ୍ଧ ହେବ। ୧୪୦ ଟି ଷ୍ଟଲ ହେବା ସହିତ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଓ ବିହାରର ୧୫ ଟି ନୃତ୍ୟ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।

କାର୍ଯ୍ୟକ୍ରମରେ ପରିଚୟ ଅନୁଷ୍ଠାନର ସଦସ୍ୟ ଅମୀୟ କୁମାର ମହାନ୍ତି, ଅମିତ ସ୍ୱରୂପ ମହାପାତ୍ର, ପ୍ରଭାତ ସେଠୀ, ବିଶ୍ଵରଞ୍ଜନ ଦାସ, ସିଦ୍ଧାର୍ଥ ପ୍ରଧାନ ଉପସ୍ଥିତ ଥିଲେ।

Share

Leave a Reply