ଡି.ଆଇ.ଇ.ଟିରେ ଜାତୀୟ ମହାକାଶ ଦିବସ

You are currently viewing ଡି.ଆଇ.ଇ.ଟିରେ ଜାତୀୟ ମହାକାଶ ଦିବସ

ଛେଣ୍ଡିପଦା: ଡି.ଆଇ.ଇ.ଟି ଅନୁଗୁଳରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି । ପ୍ରତିଷ୍ଠାନର ତାଲିମ୍ ପ୍ରକୋଷ୍ଠରେ ଅଧ୍ୟକ୍ଷ ବିକ୍ରମ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ-ଅଧ୍ୟାପିକା, ଗୁରୁଛାତ୍ରଛାତ୍ରୀ ଯୋଗଦେଇଥିଲେ।
ସଭାରେ ପ୍ରଥମେ ଭାରତର ମହାକାଶ ଯାତ୍ରାର ସ୍ମୃତିଚାରଣ ହୋଇଥିଲା ।

ଆର୍ଯ୍ୟଭଟ୍ଟ ଉପଗ୍ରହରୁ ଆରମ୍ଭ କରି ଚନ୍ଦ୍ରଯାନ-୩ର ସଫଳ ଅବତରଣ ଓ ଆଦିତ୍ୟ-ଏଲ୍ ୧ରୁ ସୂର୍ଯ୍ୟ ଅଭିଯାନ ପର୍ଯ୍ୟନ୍ତ ପ୍ରତ୍ୟେକ ମାଇଲଷ୍ଟୋନକୁ ଅଧ୍ୟାପକମାନେ ଉଦାହରଣ ସହିତ ବ୍ୟାଖ୍ୟା କରାଯାଇଥିଲା।

ଅଧ୍ୟକ୍ଷ ବିକ୍ରମ କୁମାର ସାହୁ ତାଙ୍କ ଭାଷଣରେ ଭାରତୀୟ ବୈଜ୍ଞାନିକମାନଙ୍କ ପରିଶ୍ରମ ଆଜି ବିଶ୍ୱରେ ଦେଶର ପରିଚୟକୁ ନୂଆ ଉଚ୍ଚତାରେ ପହଞ୍ଚାଇଛି। ଶିକ୍ଷକମାନେ ଯଦି ପିଲାମାନଙ୍କୁ ସ୍ୱପ୍ନ ଦେଖାଇ, ସେଥିପାଇଁ ପ୍ରେରିତ କରିପାରନ୍ତି, ତେବେ ସେମାନେ ଆଗାମୀ ଦିନରେରେ ମହାକାଶକୁ ଅଧିକ ନିକଟରୁ ବୁଝିବା ସହିତ ପୃଥିବୀକୁ ମଧ୍ୟ ସୁନ୍ଦର କରିପାରିବେ ବୋଲି କହିଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ଗୁରୁ ଶିକ୍ଷାର୍ଥୀ ପ୍ରିୟଙ୍କା ସାହୁ, ଗୁରୁ ଚରଣ, ନିରାକାର ନାୟକ, କାଜଲ ନାୟକ ଏବଂ ଅନ୍ୟ ସମସ୍ତେ ସହଯୋଗ କରିଥଲେ। ପ୍ରାକ୍ ସେବାକାଳୀନ ବିଭାଗ ମୂଖ୍ୟ ଅଧ୍ୟାପିକା ମମିତା ସାହୁଙ୍କ ଯୋଜନା ଏଵଂ ଅନ୍ୟ ସମସ୍ତଙ୍କ ଉପସ୍ଥିତି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲା।

Share

Leave a Reply