ବଡ଼ଯୋରଡା ଶିଶୁ ମନ୍ଦିରରେ ଜାତୀୟ କ୍ରୀଡା ଦିବସ

0

ତାଳଚେର: ତାଳଚେର ବ୍ଲକ ସ୍ଥିତ ବଡ଼ଯୋରଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଗୌରଚନ୍ଦ୍ର ନନ୍ଦ, ଶାରୀରିକ ପ୍ରମୁଖ ଲଳିତ କୁମାର ବେହେରା ଓ ବିଶିଷ୍ଟ ଫୁଟବଲ ଖେଳାଳୀ ତଥା ବିଦ୍ୟାଳୟ ପରିଚାଳନା ସମିତିର କୋଷାଧ୍ୟକ୍ଷ ବିଦେଶୀ ଦେହୁରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପର୍ଯ୍ୟାୟ ପ୍ରମୁଖ ପ୍ରଦ୍ମିନ ପ୍ରଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଦେହୁରୀ ନିଜ ଅଭିଭାଷଣରେ ଛାତ୍ର ଜୀବନରେ କ୍ରୀଡାର ଉପଯୋଗିତା ଓ ଉପକାରିତା ବିଷୟରେ ଆଲୋକପାତ କରି ଶିଶୁ ଭାଇଭଉଣୀମାନଙ୍କର ମାର୍ଗଦର୍ଶନ କରିଥିଲେ । ବିଶେଷ କରି କ୍ରୀଡ଼ା ମାନସିକ ତଥା ଶାରିରୀକ ଭାବେ ପିଲାମାନଙ୍କୁ ସୁସ୍ଥ ରଖିଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ଦେହୁରୀ ମତବ୍ୟକ୍ତ କରିଥିଲେ ।

ଏହି ଉତ୍ସବରେ ବିଦ୍ୟାଳୟର ଶିଶୁମାନେ ବାଘବନ୍ଦି, କବାଡି,ଭଲି, ବୋହୁଚୋରୀ, ରୋପ୍ କ୍ଲାଇମ୍ବିଙ୍ଗ୍‌, ଟେନିସ୍‌, ବ୍ୟାଡମିଣ୍ଟନ, ଲମ୍ବଡିଆଁ, କିତିକିତି,ରିଙ୍ଗବଲ, ଡିସ୍କସ ଥ୍ରୋ ଆଦି ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି କ୍ରୀଡା ଉତ୍ସବରେ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!