ବନ୍ତଳାର ୪୩ ଗାଁ ପାଇଁ ନବୀନ ଦେଲେ ୪.୬୫ କୋଟି

You are currently viewing ବନ୍ତଳାର ୪୩ ଗାଁ ପାଇଁ ନବୀନ ଦେଲେ ୪.୬୫ କୋଟି

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବନ୍ତଳା ବାନାଞ୍ଚଳର ୪୩ ଗୋଟି ଗାଁରେ ହାତୀ ମଣିଷ ବିବାଦ ତେଜିବାରୁ ବହୁ ଧନ ଜୀବନ ନଷ୍ଟ ହୋଇଥିଲା। ଏଥିପାଇଁ ବହୁ ସମୟରେ ଜନ ଅସନ୍ତୋଷ ଦେଖାଯିବା ସହ ଆନ୍ଦୋଳନ ମଧ୍ୟ ହୋଇଥିଲା। ନିକଟରେ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଅନୁଗୁଳ ଗସ୍ତ ସମୟରେ ଉପରୋକ୍ତ ସମସ୍ୟା ନେଇ ଗ୍ରାମବାସୀ ମାନେ ଏଥିନେଇ ତାଙ୍କୁ ଅବଗତ କରିଥିଲେ। ଫଳରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ହାତୀ ଆକ୍ରମଣରୁ ୪୩ ଗାଁକୁ ସୁରକ୍ଷା ଦେବାକୁ ସୋଲାର ବାଡ଼ ଓ ଅନ୍ୟାନ୍ୟ କାମ ପାଇଁ ୪.୬୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସେହିଭଳି ଅଗ୍ନିକାଣ୍ଡରୁ ରକ୍ଷା ପାଇଁ ବନ୍ତଳା ଠାରେ ଏକ ଦମକଳ କେନ୍ଦ୍ର ସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆ ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସାତକୋଶିଆରେ ମଧ୍ୟ ଏକ କେନ୍ଦ୍ର ସ୍ଥାପିତ ହେବ। ବହୁ ଦିନର ବନ୍ତଳା ଅଞ୍ଚଳର ଦାବି ନବୀନ ପଟ୍ଟନାୟକ ପୂରଣ କରିଥିବାରୁ ଅନୁଗୁଳ ବ୍ଲକ ବିଜେଡି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ ଏଥିନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଦିଆଯାଇଛି। ଏହି ସମ୍ମିଳନୀରେ ବିଜେଡି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ,ଅନୁଗୁଳ ବିଧାୟକଙ୍କ ପ୍ରତିନିଧି ଅରୁଣାଭ ସିଂହ,ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ,ଉପାଧ୍ୟକ୍ଷ ପ୍ରକାଶ ପ୍ରଧାନ,ଜିଲ୍ଲା ପରିଷଦ ସଦସ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ,ଧ୍ରୁବ ଚରଣ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସରୋଜ ନାରାୟଣ ପ୍ରଧାନ ଧନ୍ୟବାଦ୍ ଦେଇଥିଲେ।

Share

Leave a Reply