ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ

You are currently viewing ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନବୀନ ପଟ୍ଟନାୟକ ନବମ ଥର ପାଇଁ ନିର୍ଵିଦ୍ୱନ୍ଦରେ ବିଜେଡିର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଆଜି ଶଙ୍ଖ ଭବନରେ ଘୋଷଣା କରିଛନ୍ତି ।

ସଭାପତି ଭାବେ ଦାୟିତ୍ଵ ଗ୍ରହଣ ପରେ ନବୀନ ପଟ୍ଟନାୟକ ଅଭିଭାଷଣ ଦେଇ କହିଛନ୍ତି ଯେ, ଓଡ଼ିଶା ବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ୨୦୦୦ ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ମା’ ର ସେବାର ସୁଯୋଗ ପାଇଥିଲା। ଏହି ସମୟ ଥିଲା ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ । ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହୋଇଥିଲା।

ବିଜୁ ଜନତା ଦଳର ସଂଗଠନ, ନୀତି ଓ ଆଦର୍ଶ ହେଉଛି ଆମର ଶକ୍ତି। ସରକାରରେ ରହେ ବା ନ ରହେ, ବିଜୁ ଜନତା ଦଳ ସବୁବେଳେ ଓଡିଶାବାସୀଙ୍କ ସେବା କରି ଚାଲିଛି ଏବଂ କରି ଚାଲିବ। ଓଡିଶା ବାସୀଙ୍କ ସଶକ୍ତୀ କରଣ ଆମର ଲଖ୍ୟ । ମହିଳା, ଚାଷୀ, ଯୁବ ସମାଜ, ଶ୍ରମିକ ଓ ଜନଜାତି ସମସ୍ତଙ୍କ ସଶକ୍ତୀ କରଣ ଆମର ଲଖ୍ୟ । ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ସାଥୀରେ ବିଜେଡି ସବୁବେଳେ ଯୋଡି ହୋଇ ରହିଛି ଓ ରହିବ । ଓଡିଶାର ହକ୍‌ ପାଇଁ ଆମର ଲଢେଇ ଜାରି ରହିବ। ଓଡ଼ିଆ ସ୍ୱାଭିମାନ ଓ ଓଡ଼ିଶାଙ୍କ ସ୍ୱାର୍ଥ ଆମ ପାଇଁ ସବୁଠାରୁ ଉପରେ। ବିଜୁ ଜନତା ଦଳ ସବୁବେଳେ ତାର ଆଦର୍ଶରେ ଦୃଢ଼ ରହିଛି ଓ ରହିବ ବୋଲି ନବୀନ କହିଛନ୍ତି ।

Share

Leave a Reply