ଅନୁଗୁଳ: ରାଜ୍ୟ ସରକାରଙ୍କ ଗତ ଜାନୁୟାରୀ ୨୮ ତାରିଖର ନୋଟିଫିକେଶନ ଅନୁଯାୟୀ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନୂଆ ଆକାଉଣ୍ଟସ ଅଫିସର ଯୋଗଦାନ କରିଛନ୍ତି। ଯୋଗଦାନ କରିଥିବା ନୂଆ ଅଧିକାରୀ ଦିବ୍ୟ ସିଂହ ନାୟକ, ଓଏଫଏସ-୧ ହିଞ୍ଜିଳିକାଟୁ ବ୍ଲକ୍ ଅଫିସରୁ ସ୍ଥାନାନ୍ତର ହୋଇ ଏଠାରେ ଯୋଗ ଦେଇଛନ୍ତି।କର୍ମଚାରୀଙ୍କ ଉପସ୍ଥାନ, ମେଡ଼ିକାଲରେ ଶୃଙ୍ଖଳା, ଡାକ ଦେଖିବା, ମେଡିକାଲରେ ହେଉଥିବା ଅନିୟମିତତା ନେଇ ତଦନ୍ତରେ ସହାୟତା ଏବଂ କାର୍ଯ୍ୟାନୁଷ୍ଠନ ଦିଗରେ ସେ କାର୍ଯ୍ୟ କରିବେ ବୋଲି ଜଣା ପଡ଼ିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ଦିନ ଧରି ଚାଲି ଆସିଥିବା ଭ୍ରଷ୍ଟାଚାର ଏବଂ କିରାଣୀ ରାଜର ଏହାଦ୍ବାରା ଅନ୍ତ ଘଟିବ ବୋଲି ଅନୁଗୁଳବାସୀ ଆଶା କରିଛନ୍ତି ।
ଅନୁଗୁଳ ମେଡ଼ିକାଲରେ ଯୋଗଦେଲେ ନୂଆ ଆକାଉଣ୍ଟସ ଅଫିସର
- Post published:March 9, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
