ଆଉଁଳି ନଦୀ ପଠାରୁ ନବଜାତକର ମୃତଦେହ ଉଦ୍ଧାର, କେହି ଜନ୍ମ ପରେ ଫିଙ୍ଗି ଦେଇଥିବା ସନ୍ଦେହ

You are currently viewing ଆଉଁଳି ନଦୀ ପଠାରୁ ନବଜାତକର ମୃତଦେହ ଉଦ୍ଧାର, କେହି ଜନ୍ମ ପରେ ଫିଙ୍ଗି ଦେଇଥିବା ସନ୍ଦେହ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ପାତ୍ରପଡା ପଞ୍ଚାୟତର ରାଇପାଳ ଗାଁ ଆଉଁଳି ନଦୀ ପଠାରୁ ଆଜି ଏକ ନବଜାତକ ଶିଶୁର ମୃତଦେହ ଉଦ୍ଧାର ହୋଇଛି।
ସୂଚନା ମୁତାବକ, ରାଇପାଳ ଗାଁ ନିକଟସ୍ଥ ଆଉଁଳି ନଦୀ ପୋଲ ତଳେ ଏକ ନବଜାତ ଶିଶୁପୁତ୍ରର ମୃତ ଦେହ ପଡିଥିବା ଗ୍ରାମବାସୀ ଦେଖିଥିଲେ। କେହି ଜନ୍ମ ପରେ ଶିଶୁ ପୁତ୍ରକୁ ପୋଲ ଉପରୁ ତଳକୁ ଫୋପାଡି ଦେଇ ଚାଲିଯାଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଏ ନେଇ ଗାଁ ଲୋକେ ବାଗଡିଆ ଥାନାକୁ ଖବର ଦେଇଥିଲେ। ଖବର ପାଇ ବାଗଡ଼ିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି।

Share

Leave a Reply