ନବଜାତକକୁ ଝୁଣି ଖାଇଲା ବୁଲା କୁକୁର, କେହି ଫିଙ୍ଗି ଦେଇଥିବା ସନ୍ଦେହ

You are currently viewing ନବଜାତକକୁ ଝୁଣି ଖାଇଲା ବୁଲା କୁକୁର, କେହି ଫିଙ୍ଗି ଦେଇଥିବା ସନ୍ଦେହ

ଅନୁଗୁଳ: ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁକନ୍ୟାକୁ ଝୁଣି ଖାଇଲା ବୁଲା କୁକୁର। ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତକୁ ଯିବା ରାସ୍ତାରେ ରବିବାର ଅପରାହ୍ନରେ ଏଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ ତାଳଚେର ଅଞ୍ଚଳର ଜଣେ ଯୁବକ ବାଇକ୍‌ ଯୋଗେ ଯାଉଥିବା ବେଳେ ନବଜାତ ଶିଶୁକୁ ଏକ ବୁଲା କୁକୁର ଖାଉଥିବାର ଦେଖି କୁକୁରକୁ ଘଉଡ଼ାଇଥିଲେ। ପରେ ସେ ସମାଜସେବୀ ଚିନ୍ମୟୀ ଦାସଙ୍କୁ ଫୋନ ଯୋଗେ ଅବଗତ କରିଥିଲେ। ଚିନ୍ମୟୀ ଦାସଙ୍କଠୁ ଖବର ପାଇ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ନବଜାତ ଶିଶୁର ଆଉ ଜୀବନ ନଥିଲା। ପୋଲିସ ନବଜାତକର ମୃତ ଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତ ଶରୀରକୁ ଅନୁଗୁଳ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ତେବେ ନବଜାତ ଶିଶୁକୁ କେହି ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଛି।

Share

Leave a Reply