ନୂଆ ଚାରମଲ୍ଲିକ ବ୍ଲକ୍‌ ଗଠନ ଦାବି: ସ୍ଥାୟୀ ଆବାହକ କମିଟି ଗଠିତ, ଅନିଲ କୁମାର ପ୍ରଧାନ ହେଲେ ସଭାପତି

You are currently viewing ନୂଆ ଚାରମଲ୍ଲିକ ବ୍ଲକ୍‌ ଗଠନ ଦାବି: ସ୍ଥାୟୀ ଆବାହକ କମିଟି ଗଠିତ, ଅନିଲ କୁମାର ପ୍ରଧାନ ହେଲେ ସଭାପତି

ଅନୁଗୁଳ: ଅନୁଗୁଳ ବ୍ଲକ୍‌ ଅନ୍ତର୍ଗତ ଟାଇଁସି ସୀତାରାମ ଆଶ୍ରମରେ ଶୁକ୍ରବାର ନୂଆ ଚାରମଲ୍ଲିକ ବ୍ଲକ୍‌ ଗଠନ ଦାବିରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ବିଜେପି ସଭାପତି ଦିଲେଶ୍ବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପୂର୍ବ ବୈଠକର ବିବରଣୀ ପାଠ କରାଯିବା ସହ ବ୍ଲକ୍‌ ଗଠନ ଦାବି ନେଇ ଜନସଚେତନତା ସୃଷ୍ଟି ପାଇଁ ସ୍ଥାୟୀ ଆବାହକ କମିଟି ଗଠନ କରାଯାଇଥିଲା। କମିଟିରେ ଅନିଲ କୁମାର ପ୍ରଧାନ ସଭାପତି, ବ୍ଲକ୍‌ ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ ସମ୍ପାଦକ, ପ୍ରସ୍ତାବିତ ବ୍ଲକ୍‌ ଅଞ୍ଚଳର ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ସଭ୍ୟ ରହିଛନ୍ତି। ଏଥିସହ କମିଟିର ଉପଦେଷ୍ଟା ଭାବେ ଦିଲେଶ୍ବର ପ୍ରଧାନ, କୈଳାଶ ଚନ୍ଦ୍ର ସାହୁ, ପ୍ରଦୀପ କୁମାର ପ୍ରଧାନ, ପ୍ରମୋଦ କୁମାର ପ୍ରଧାନ, ପ୍ରକାଶ ଚନ୍ଦ୍ର ସାହୁ, ସୁଶିଲ କୁମାର ପ୍ରଧାନ, ପ୍ରସନ୍ନ କୁମାର ବେହେରା, ମଦନ ମୋହନ ପ୍ରଧାନ, ଦୀପକ କୁମାର ସାହୁ, ଗଣେଶ୍ବର ପ୍ରଧାନ ମନୋନିତ ହୋଇଛନ୍ତି। କମିଟିରେ ଲିଟନ ସାହୁ, ସୌରଚନ୍ଦ୍ର ସାହୁ, ଶରତ ଚନ୍ଦ୍ର ପ୍ରଧାନ, ତ୍ରିଲୋଚନ ଜେନା, ସୁରେଶ ଚନ୍ଦ୍ର ସାହୁ, ଲକ୍ଷ୍ମୀଧର ସାହୁ, ଜନାର୍ଦ୍ଦନ ସାହୁ, ବିକାଶ ବେହେରା, ଅନନ୍ତ ବାସୁଦେବ ମହାନ୍ତି, ମନୋଜ ବିଷୋୟୀ, ବିଦ୍ୟାଧର ପ୍ରଧାନ, ତ୍ରିନାଥ ସାହୁ, ରଘୁ ସାହୁ, ପ୍ରଦୀପ କୁମାର ସାହୁ, ବିଭୂତି ପ୍ରଧାନ, ପ୍ରବୀଣ ପ୍ରଧାନ, ସନ୍ତୋଷ ସାହୁଙ୍କୁ ମନୋନୀତ କରାଯାଇଛି।

ଆସନ୍ତା ୮ ତାରିଖରେ କମିଟିର ସଦସ୍ୟମାନେ ପ୍ରସ୍ତାବିତ ବ୍ଲକ୍‌ ଅଞ୍ଚଳର ବିଭିନ୍ନ ପଞ୍ଚାୟତ ଗସ୍ତ କରିବେ ବୋଲି ନିଷ୍ପତ୍ତି ହୋଇଛି। ଶେଷରେ ଅନୁଗୁଳ ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply