ସ୍ଥାୟୀ ନିଯୁକ୍ତି ଦାବି: ୧୯ ଦିନରେ ପହଞ୍ଚିଲା ନାଲକୋ ସ୍ପୋନ୍ସର୍ଡ ଏଲ.ଏ.ପିଙ୍କ ଧାରଣା, ଧାରଣାସ୍ଥଳରେ ପାଳିଲେ ସରସ୍ୱତୀ ପୂଜା

You are currently viewing ସ୍ଥାୟୀ ନିଯୁକ୍ତି ଦାବି: ୧୯ ଦିନରେ ପହଞ୍ଚିଲା ନାଲକୋ ସ୍ପୋନ୍ସର୍ଡ ଏଲ.ଏ.ପିଙ୍କ ଧାରଣା, ଧାରଣାସ୍ଥଳରେ ପାଳିଲେ ସରସ୍ୱତୀ ପୂଜା

ଅନୁଗୁଳ: ନାଲକୋ ସ୍ପୋନ୍ସୋରଡ ଏଲ.ଏ.ପି. ଆଇ.ଟି.ଆଇ.(୧୯୮) ପକ୍ଷରୁ ଗତ ୧୯ ଦିନ ହେବ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଅହୋରାତ୍ର ଧାରଣା ଜାରି ରହିଛି। ଆଜି ଆନ୍ଦୋଳନକାରୀମାନେ ଧାରଣାସ୍ଥଳରେ ସରସ୍ଵତୀ ପୂଜା ପାଳନ କରିବା ସହ ସନ୍ଧ୍ୟାରେ ସଂକୀର୍ତ୍ତନ କରି ଜିଲ୍ଲା ପ୍ରଶାସନ ଓ ନାଲକୋକୁ ଚେତାଇ ଦେଇଛନ୍ତି ।

ସୂଚନା ମୁତାବକ, ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ ଅନୁଗୁଳ ଜିଲ୍ଲାପାଳ, ଭୂ-ଅର୍ଜନ ଅଧିକାରୀ, ମୁଖ୍ୟ ଶାସନ ସଚିବ, ନାଲକୋ ଅଧ୍ୟକ୍ଷ, ନାଲକୋ ପ୍ରଶାସନ, ମାଇନ୍ସ ସଚିବ ଭାରତ ସରକାରଙ୍କୁ ୩.୩.୨୫ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଦୋଳନକାରୀଙ୍କ କହିବାନୁସାରେ, ନାଲକୋରେ ସ୍ଥାୟୀ ନିଯୁକ୍ତି ପାଇଁ ସେମାନେ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି। କିନ୍ତୁ ସେମାନଙ୍କୁ ଅଗ୍ରାଧିକାର ଦିଆଯାଉନାହିଁ। ଏଣୁ ବୟସ ସୀମା କୋହଳ ସହିତ ଅଭିଜ୍ଞତା ଭିତ୍ତିରେ ସାଧାରଣ ନିଯୁକ୍ତି ପ୍ରକ୍ରିୟାରେ ନାଲକୋରେ ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା କରିବା ସହିତ  ଅନ୍ୟାନ୍ୟ ଅଗ୍ରାଧିକାର ଦେଇ ସଂଘର ସଦସ୍ୟ ମାନଙ୍କ ପରିବାର ବର୍ଗଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି।

ସଭାପତି ଦିବ୍ୟ ରଂଜନ ଦାସ, ସମ୍ପାଦକ ଶଶାଙ୍କ ଶେଖର ସାମଲ, ପ୍ରତାପ ପ୍ରଧାନ, ଅଶୋକ ସାମଲ, ପାଣ୍ଡବ ସାହୁ, ଯୋଗେଶ ସାମଲ, ଅଜୟ ସାହୁ, ଜିତେନ୍ଦ୍ର ବେହେରା, ରାଜ କିଶୋର ସାହୁ, ଫିରୋଜ ଭୁକ୍ତା, ସୁଶାନ୍ତ ବିଶ୍ୱାଳ, ସରୋଜ ସାହୁ, ଜିତେନ୍ଦ୍ର ଗଡ଼ନାୟକ, ଦୀପକ କୁମାର ସାହୁ, ସିନ୍ଧୁ ସାଗର ଦଣ୍ଡିଆ ପ୍ରମୁଖ ବହୁ କ୍ଷତିଗ୍ରସ୍ତ ପ୍ରଜା ଉପସ୍ଥିତ ଥିଲେ।

Share

Leave a Reply