ଅନୁଗୁଳ: ଅନୁଗୁଳ ସହର ସ୍ଥାନୀୟ ଏକ ହୋଟେଲରେ ଇଣ୍ଡିଆନ ଡେଣ୍ଟାଲ ଆସୋସିଏସନ୍ ଇଣ୍ଡଷ୍ଟ୍ରିଆଲ ଅନୁଗୁଳ ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଶାଖା ସଭାପତି ଡା ମାଇକେଲ ଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ନିର୍ବାଚନୀ ବୈଠକରେ ଡା ଶକ୍ତି ପ୍ରସାଦ ସାହୁ ସଭାପତି, ଡା ଦୀପକ କୁମାର ମାଝୀ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ଡା ଶଶାଙ୍କ ଶେଖର ସାହୁ, ଡା ଚେନ, ଡା ବି ଏନ ମିଶ୍ର, ଡା ପି କେ ମିଶ୍ର, ଡା ସୁଚିଣ୍ଡିତ ସାମଲ, ଡା ସିପ୍ରା ସାହୁ, ଡା ଅଭିଜିତ ପ୍ରମୁଖ ଯୋଗ ଦେଇଥିଲେ। କରୋନା ନିୟମ ଅନୁପାଳନ କରାଯାଇ ନିର୍ବାଚନ ପରିଚାଳନା କରାଯାଇଥିଲା।
ଦନ୍ତ ଚିକିତ୍ସକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ
- Post published:January 17, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul