ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସୋମବାର ପ୍ରଥମ ଦିନରେ ତ୍ରିସ୍ତରୀୟ ପଞ୍ଚୟତ ନିବର୍ବାଚନ ପାଇଁ ପ୍ରଥମ ଦିନରେ ୫୪୫ ପ୍ରାର୍ଥିଙ୍କ ନାମାଙ୍କନପତ୍ର ଦାଖଲ ହୋଇଛି। ଜିଲା ପରିଷଦ ପାଇଁ କୌଣସି ନାମାଙ୍କନପତ୍ର ଦାଖଲ ହୋଇନାହିଁ। ଜିଲ୍ଲାରେ ୪୧୨ ଜଣ ୱାର୍ଡ ସଭ୍ୟ, ୯୫ ସରପଞ୍ଚ, ୩୮ ଜଣ ପଞ୍ଚାୟତ ସମିତି ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ ହୋଇଛି। ସେଥିମଧ୍ୟରୁ ଅନୁଗୁଳୁ ବ୍ଲକ୍ରେ ୬୨ ଜଣ ୱାର୍ଡ ସଭ୍ୟ, ୩ ଜଣ ସରପଞ୍ଚ, ୩ ଜଣ ପଞ୍ଚାୟତ ସମିତି ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବଅଁରପାଳ ବ୍ଲକ୍ରେ ୪୦ ଜଣ ୱାର୍ଡ ସଭ୍ୟ, ୭ ସରପଞ୍ଚ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଛେଣ୍ଡିପଦା ବ୍ଲକ୍ରେ ୫୦ ୱାର୍ଡ଼ ସଭ୍ୟ, ୮ ସରପଞ୍ଚ ଓ ଜଣେ ସମିତି ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତାଳଚେର ବ୍ଲକ୍ରେ ୧୨୩ ୱାର୍ଡ ସଭ୍ୟ, ୫୩ ସରପଞ୍ଚ ଓ ୨୮ ଜଣ ସମିତି ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଣିହାଁ ବ୍ଲକ୍ରେ ୪୯ ୱାର୍ଡ ସଭ୍ୟ, ୪ ସରପଞ୍ଚ ଓ ୨ ସମିତି ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆଠମଲ୍ଲିକ ବ୍ଲକ୍ରେ ୨୩ ୱାର୍ଡ ସଭ୍ୟ, ୮ ସରପଞ୍ଚ ଓ ୨ ସମିତି ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କିଶୋରନଗର ବ୍ଲକ୍ରେ ୨୯ ୱାର୍ଡ଼ ସଭ୍ୟ ଓ ୬ ସରପଞ୍ଚ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିଭଳି ପାଲଲହଡ଼ା ବ୍ଲକ୍ରେ ୩୬ ୱାର୍ଡ ସଭ୍ୟ, ୬ ସରପଞ୍ଚ ଓ ୨ ସମିତି ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ ହୋଇଛି।
ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲା ନାମାଙ୍କନପତ୍ର ଦାଖଲ
- Post published:January 17, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul