ଅନୁଗୁଳରେ ନୂତନ ଲିଗାଲ ଏଡ୍ ଡିଫେନ୍ସ କାଉନସିଲ ଅଫିସ ଉଦଘାଟିତ, ଆଭାଷୀ ଜରିଆରେ ଉଦଘାଟନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି

0

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପରିସରରେ ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ରାଜ୍ୟ ଆଇନସେବା ପ୍ରାଧିକରଣର ପାଟନର-ଇନ-ଚିଫ୍ ଡ. ଜଷ୍ଟିସ ଏସ ମୁରଲୀଧରଙ୍କ ଦ୍ବାରା ଭିଡ଼ିଓ କନଫରେନସିଂ ଜରିଆରେ ଏକ ଲିଗାଲ ଏଡ଼ ଡିଫେନ୍ସ କାଉନସିଲ ଅଫିସ ଉଦଘାଟିତ ହୋଇଛି। ଏ ଅବସରରେ ଅନଲାଇନ ମାଧ୍ୟମରେ ଓଡିଶା ଉଚ୍ଚ ନ୍ୟାୟାଳୟର ଅନ୍ୟ ବିଚାରପତି ଗଣ, ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ କଟକର ସଦସ୍ୟ ସଚିବ ସୁଦୀପ୍ତ ଆଚାର୍ଯ୍ୟ, ଉପସଚିବ ସ୍ମୃତିରଞ୍ଜନ ମହାପାତ୍ର, ସହାୟକ ସଚିବ ସୃଜନ ସାରଷତ୍ର ଉପସ୍ଥିତ ଥିଲେ।

ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଫିସରେ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଣବ କୁମାର ପାତ୍ର ଓ ଅନ୍ୟ ବିଚାରପତିଗଣ, ସଚିବ ଏସ ଶୁଭଲକ୍ଷ୍ମୀ, ଓକିଲ ସଂଘର ସଦସ୍ୟଗଣ, ନୂତନ କରି ବଛା ହୋଇଥୁବା ଚିଫ ଲିଗାଲ ଏଡ୍ ଡିଫେନ୍ସ କାଉନସିଲ, ଡେପୁଟି ଚିଫ ଲିଗାଲ ଏଡ୍ ଡିଫେନ୍ସ କାଉନସିଲ ଓ ଆସିଷ୍ଟାଣ୍ଡ ଚିଫ ଲିଗାଲ ଏଡ୍ ଡିଫେନ୍ସ କାଉନସିଲ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!