ଅନୁଗୁଳ ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା

You are currently viewing ଅନୁଗୁଳ ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା

ଅନୁଗୁଳ: ଅନୁଗୁଳ ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ରୋଟାରୀ ପବ୍ଲିକ ସ୍କୁଲ ପରିସରରେ ଆସନ୍ତା ଦୁଇ ବର୍ଷ ପାଇଁ ସଂସଦର କର୍ମକର୍ତ୍ତା ମନୋନୀତ ହୋଇଥିଲେ। ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାସଙ୍କୁ ସଭାପତି, ପ୍ରାଧ୍ୟାପକ ଶାନ୍ତନୁ କୁମାର ସର, ଯଦୁମଣି ସାହୁ ଓ ପ୍ରଧ୍ୟାପିକା ଇନ୍ଦିରା ଦାଶ ଉପସଭାପତି, ରାଧାକାନ୍ତ ମହାନ୍ତି ସମ୍ପାଦକ, ଅରୁଣ କୁମାର ସାହୁ, ଧନେଶ୍ଵର ସାହୁ, ସରୋଜିନୀ ଦେଇ, ମାମୁଲି ସାହୁ ସହ ସମ୍ପାଦକ ଓ ଶିବରାମ ମିଶ୍ର କୋଷାଧ୍ୟକ୍ଷ ରୂପେ ମନୋନୀତ କରାଯାଇଥିଲା। ନୂତନ କର୍ମକର୍ତ୍ତାଙ୍କ ଦ୍ଵାରା କିଶୋର କବି ବିନିତ ଦ୍ବିବେଦୀ ଙ୍କ ଇଂରାଜୀ କବିତା ପୁସ୍ତକ ଚାପ୍ଟର ଅଫ ଦି ସୋଲ ଉନ୍ମୋଚିତ ହୋଇଥିଲା।ସେହିପରି ରୋଟାରୀ ସ୍କୁଲର ଟପର ଛାତ୍ର ସ୍ବାଗତ ବୈଭବ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡ଼ା ସୁଷମା ଚୌଧୁରୀଙ୍କ ଗଳ୍ପ ସଙ୍କଳନକୁ ଅସିତ୍ ପଟ୍ଟନାୟକ,ଡ଼ା ରମା ଗଡ଼ନାୟକଙ୍କ ଗଳ୍ପ ସଙ୍କଳନ ଶେଷ ଚଟି ଘରକୁ ଅକ୍ଷୟ ପଟ୍ଟନାୟକ ସମୀକ୍ଷା କରିଥିଲେ। ଶାନ୍ତିଲତା ରଥଙ୍କ କବିତା ସଙ୍କଳନ କବିତା ପଢ଼ ନିଜକୁ ଗଢ଼କୁ ନିରଞ୍ଜନ ପତି ସମୀକ୍ଷା କରିଥିଲେ।

ଅବସରପ୍ରାପ୍ତ ପ୍ରଶାସକ ତପନ କୁମାର ଶତପଥୀଙ୍କ ଅନୁବାଦ ପୁସ୍ତକ ସନତ ସୁଜାତିୟମ ବିମର୍ଷକୁ ପୁଷ୍ପଲତା ରଥ,ଶାନ୍ତନୁ ସର,କୁମୁଦ ଦାସ ପ୍ରମୁଖ ସମୀକ୍ଷା କରିଥିଲେ।ଶେଷରେ ଶିବରାମ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

Share

Leave a Reply