ବିଭିନ୍ନ ଅଧିକାରୀଙ୍କୁ ଭେଟି ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ବଅଁରପାଳ ବ୍ଲକ ସାମ୍ବାଦିକ ସଂଘ ସଦସ୍ୟ

You are currently viewing ବିଭିନ୍ନ ଅଧିକାରୀଙ୍କୁ ଭେଟି ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ବଅଁରପାଳ ବ୍ଲକ ସାମ୍ବାଦିକ ସଂଘ ସଦସ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାମ୍ବାଦିକ ସଂଘର ସଦସ୍ୟ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ସାକ୍ଷାତ କରି ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସାମ୍ବାଦିକମାନେ ଶନିବାର ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂ, ତହସିଲଦାର ରବିନାରାୟଣ ଆଚାର୍ଯ୍ଯ, ଅତିରିକ୍ତ ତହସିଲଦାର ଚିନ୍ମୟୀ ସାମନ୍ତ ରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋଚନ ଦାସ, ବ୍ଲକ କୃଷି ଅଧିକାରୀ ରୋଜାଲିନ ନାୟକଙ୍କୁ ଭେଟି ଫୁଲ ତୋଡ଼ା ଦେଇ ନବବର୍ଷ ଶୁଭେଚ୍ଛା ଜଣାଇଥିଲେ।

ଏ ଅବସରରେ ସଂଘର ସଭାପତି ଅଖିଳ କୁମାର ମହାପାତ୍ର, କାର୍ଯ୍ୟକାରୀ ସଭାପତି ସଞ୍ଜୟ ବିଶୋଇ, ସମ୍ପାଦକ ଶଶାଙ୍କ ଶେଖର ସାମଲ, ଉପସଭାପତି ରୁଦ୍ର ମୋହନ ସାହୁ, ସହ ସମ୍ପାଦକ ସୁଶାନ୍ତ କୁମାର ସାମଲ, କୋଷାଧ୍ଯକ୍ଷ ପ୍ରିୟବ୍ରତ ସାମଲ, ଉପଦେଷ୍ଟା ଅଶୋକ ଜେନା, ସୁବାଷ ସାହୁ, ସୁଜିତ ବେହେରା, ତାପସ ଜେନା, ସଞ୍ଜୀବ ପାଇକ, ଅଜିତ ଭୋଇ, କ୍ଷୀରୋଦ ବେହେରା, ଉପଦେଷ୍ଟା ସୁଶିଲ ଆଇଚ, ବୀରେନ ପ୍ରଧାନ, ଚୈତନ୍ୟ ସାହୁ, ରାଜେଶ ପାତ୍ର, ବିଭାଷ ସାମଲ, ମନୋଜ ସାମଲ, ସନୋଜ ସାହୁ, ନିହାର ରଞ୍ଜନ ପଟ୍ଟନାୟକ, ସରୋଜ କାନ୍ତ ଜେନା, ସୂର୍ଯ୍ୟ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply