ଅନୁଗୁଳ: ଅନୁଗୁଳ ବଅଁରପାଳ ଜାତୀୟ ୫୫ ନମ୍ଵର ରାଜପଥ କଲେଜ ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ଅଜଣା ଟ୍ରକ ଧକ୍କାରେ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଅଁରପାଳ ଥାନା ବନ୍ଦା ଗ୍ରାମର ସୁଜିତ କୁମାର ନାହାକ (୨୭)। ସେ ନାଲକୋ ଆଲୁମିନିୟମ୍ ପାର୍କରେ ଏକ ଠିକା କର୍ମଚାରୀ ସଂସ୍ଥାରେ ସୁରକ୍ଷା କର୍ମୀ ଭାବେ କାମ କରନ୍ତି।
ସୂଚନା ମୁତାବକ, ଆଜି ସନ୍ଧ୍ୟାରେ ସୁଜିତ ନିଜ ସ୍କୁଟି (OD 19K 0726) ଯୋଗେ ବଅଁରପାଳ ଛକରୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଏକ ଟ୍ରକ ଆସି ସ୍କୁଟି ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ବିଶ୍ୱଜିତଙ୍କ ମୃତ ଘଟିଥିଲା।
କ୍ଷତି ପୂରଣ ଦାବିରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତାରୁ ମୃତ ଦେହ ହଟି ନ ଥିବା ଜଣାଯାଇଛି।