ଓଡ଼ିଶାରେ ଖୋଲିବ ଏନ୍‌‌ଆଇଏ ଶାଖା ! ବିଧିବଦ୍ଧ ନିଷ୍ପତ୍ତି ବାକି

You are currently viewing ଓଡ଼ିଶାରେ ଖୋଲିବ ଏନ୍‌‌ଆଇଏ ଶାଖା ! ବିଧିବଦ୍ଧ ନିଷ୍ପତ୍ତି ବାକି

ଭୁବନେଶ୍ୱର: ଓଡ଼ିଶାରେ ପ୍ରତିଷ୍ଠା ହେବ ଜାତୀୟ ଗୁଇନ୍ଦା ସଂସ୍ଥା (ଏନ୍‌‌ଆଇଏ)ର ଏକ ଶାଖା। ଓଡ଼ିଶା ସମେତ ଆଖପାଖ ରାଜ୍ୟ ଏହି ଶାଖାର ପରିସୀମା ମଧ୍ୟରେ ରହିବ। ଏ ନେଇ ଏନ୍‌‌ଏଆଇଏ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ବେଳେ କେବଳ ବିଧିବଦ୍ଧ ନିଷ୍ପତ୍ତି ବାକି ଅଛି।

ସୂଚନା ଅନୁସାରେ, ଓଡ଼ିଶାରେ ଏନ୍‌‌ଆଇଏ ଶାଖା ଖୋଲିବା ପାଇଁ ଏହି କେନ୍ଦ୍ରୀୟ ସଂସ୍ଥା ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଛି। ନିକଟରେ ଏନ୍‌‌ଆଇଏର ଏକ ଟିମ୍‌‌ ଭୁବନେଶ୍ୱର ଗସ୍ତରେ ଆସିଥିବା ବେଳେ ରାଜ୍ୟର ଗୃହ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏ ଅବସରରେ ମାଓ ମୁକାବିଲା ଏବଂ ଅନ୍ୟ ବେଆଇନ୍‌‌ କାର୍ଯ୍ୟକଳାପ ନିୟନ୍ତ୍ରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ନୂଆ ଶାଖା ଖୋଲିବା ପାଇଁ ରାଜ୍ୟ ସରକାର ଭିତ୍ତିଭୂମି ଯୋଗାଇ ଦେବେ। ବିଭିନ୍ନ ଦୃଷ୍ଟିକୋଣରୁ ଓଡ଼ିଶାରେ ଏନ୍‌‌ଆଇଏର ଶାଖା ଖୋଲିବାର ଯଥେଷ୍ଟ ଆବଶ୍ୟକତା ରହିଛି। ଏପରିସ୍ଥଳେ ରାଜ୍ୟ ସରକାରଙ୍କ ସହ ଖୁବ୍‌‌ ଶୀଘ୍ର ଆଉ ଏକ ବୈଠକ ବସିବାକୁ ଯାଉଥିବା ଜଣାପଡ଼ିଛି।

ବିଭିନ୍ନ ରାଜ୍ୟରେ ମାଓବାଦୀଙ୍କୁ ସକ୍ରିୟ କରିବା ଲାଗି ଆତଙ୍କବାଦୀ ସଂଗଠନ ଲକ୍ଷ୍ୟ ରଖିଛନ୍ତି। ଦେଶରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ସୃଷ୍ଟି କରିବା ଲାଗି ଆତଙ୍କବାଦୀ ଯୋଜନା କରୁଛନ୍ତି। ଏଣୁ ଓଡ଼ିଶାରେ ମାଓ ସଂଗଠନକୁ ସକ୍ରିୟ କରିବା ଲାଗି ଆତଙ୍କୀ ସଂଗଠନ ଆବଶ୍ୟକ ପାଣ୍ଠି ଯୋଗାଉଥିବା ଏନ୍‌‌ଆଇଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Share

Leave a Reply