ଅନୁଗୁଳ: ବ୍ରିଜ ଉପରେ ଝୁଲିଛି ବସ୍। କଟକ ଜିଲ୍ଲା ବାଙ୍କୀ ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ ଉପରେ ନିଗମ ନାମକ ଏକ ବସ୍ ଝୁଲି ରହିଛି। ବସଟି ବ୍ରିଜ ବାଡ଼ ଭାଙ୍ଗି ଅଧା ବ୍ରିଜ ଉପରୁ ତଳକୁ ଝୁଲିଛି। ଯାତ୍ରୀବାହୀ ବସଟି ଅନୁଗୁଳରୁ ଭୁବନେଶ୍ବର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବସରୁ ବାହାର କରାଯାଇଛି। କିନ୍ତୁ ଖବର ଲେଖା ହେବ ପର୍ଯ୍ୟନ୍ତ ବସଟି ଝୁଲି ରହିଥିବା ଜଣାଯାଇଛି।
ବ୍ରିଜ ଉପରେ ଝୁଲିଛି ବସ୍: ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ କରାଗଲା ଉଦ୍ଧାର
- Post published:October 3, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul