ଅନୁଗୁଳର ୬୮୦୦ ହେକ୍ଟର ଜଙ୍ଗଲ ଜମି ଅଣଜଙ୍ଗଲ କାର୍ଯ୍ୟ ପାଇଁ ପରିବର୍ତିତ

You are currently viewing ଅନୁଗୁଳର ୬୮୦୦ ହେକ୍ଟର ଜଙ୍ଗଲ ଜମି ଅଣଜଙ୍ଗଲ କାର୍ଯ୍ୟ ପାଇଁ ପରିବର୍ତିତ

ଅନୁଗୁଳ: ଚଳିତ ବର୍ଷ ବିଶ୍ୱ ତାପମାନ ବଢିଥିବା ନେଇ ଉଦବେଗ ଜନିତ ଖବର ପରିବେଶବିତ ମାନଙ୍କୁ ଚିନ୍ତାରେ ପକାଇଛି। ଅନୁଗୁଳ ଜିଲ୍ଲାରେ ଚଳିତ ଗ୍ରୀଷ୍ମ ଋତୁରେ ତାପମାନ ୪୪ ଡିଗ୍ରୀ ପାଖାପାଖି ପହଞ୍ଚି ଥିବାବେଳେ ସାଧାରଣଜୀବନ ଅସ୍ତବ୍ୟସ୍ତ ହୋଇଡିଥିଲା। ଏଭଳି ସମୟରେ ଗୋଟିଏ ଅଞ୍ଚଳର ସବୁଜିମା ଓ ଜୈବ ବିବିଧତା ସେ ଅଞ୍ଚଳର ପରିବେଶକୁ ସୁସ୍ଥ ଓ ଶିତଳ ରଖିବାରେ ସାହାଯ୍ୟ କରିଥାଏ। ତେବେ ସମ୍ପ୍ରତି ଯେଭଳି ରାଜ୍ୟରେ ଜଙ୍ଗଲର କିସମ ବଦଳାଇ ଦିଆଯାଉଛି ଏବଂ ଶିଳ୍ପ ପାଇଁ ଗଛ କଟାଚାଲିଛି ତାହା ଆଗାମୀ ଦିନ ପାଇଁ ବିପଦକୁ ଡାକି ଆଣିବ ନିଶ୍ଚୟ। ନିକଟରେ ସମ୍ପନ୍ନ ହୋଇଥିବା ବିଧାନସଭାରେ ଜଙ୍ଗଲମନ୍ତ୍ରୀ ପ୍ରଦୀପ ଅମାତ ଦେଇଥିବା ରିପୋର୍ଟକୁ ଅନୁଶୀଳନ କରିବାର ସମୟ ଆସିଛି। ଏହି ରିପୋର୍ଟ ଅନୁସାରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା,ଖଣି ଖନନ ଏବଂ ସହରିକରଣ ପାଇଁ ୬୨ ହଜାର ହେକ୍ଟର ଜଙ୍ଗଲ ଜମି ଅଣଜଙ୍ଗଲ କାର୍ଯ୍ୟ ପାଇଁ ପରିବର୍ତନ କରାଯାଇଥିବା ବେଳେ ୧୯.୫ ଲକ୍ଷ ଗଛ କଟାଯାଇଛି। ୨୦୨୨ ସୁଦ୍ଧା କେଉଁଝର ଜିଲ୍ଲାରେ ସର୍ବାଧିକ ୧୪୪୬୬ ହେକ୍ଟର,ସୁନ୍ଦରଗଡ଼ରେ ୧୦୦୨୫ ହେକ୍ଟର,ଅନୁଗୁଳରେ ୬୮୦୦ ହେକ୍ଟର,ଯାଜପୁରରେ ୫୦୪୫ ହେକ୍ଟର ଓ ବଲାଙ୍ଗୀରରେ ୪୫୨୯ ହେକ୍ଟଲ ଜଙ୍ଗଲ ଜମିର କିସମ ବଦଳା ଯାଇଛି। ସେହିଭଳି ରାଜ୍ୟରେ ମୋଟ ୧୯,୫୦,୬୮୬ଟି ଗଛ କଟାଯାଇଥିବା ମନ୍ତ୍ରୀ ବିଧାନ ସଭାରେ ପ୍ରକାଶ କରିଛନ୍ତି। ଏଥି ମଧ୍ୟରୁ ସୁନ୍ଦରଗଡ଼ରେ ସର୍ବାଧିକ ୪୪୪୫୯୨ଟି ଗଛ,ଜଗତସିଂହପୁରରେ ୨୯୮୯୦୬,କେଉଁଝର ଓ ସମ୍ବଲପୁରରେ ୨ଲକ୍ଷ,ନୟାଗଡ଼,ବଲାଙ୍ଗୀର ଓ ଅନୁଗୁଳରେ ଏକ ଲକ୍ଷରୁ ଅଧିକ ଗଛ କଟା ଯାଇଥିବା ଜଣାପଡ଼ିଚି। ଏହି କ୍ଷତି ଭରଣା କରିବା ପାଇଁ ରାଜ୍ୟର ୭୫୨୭୮ ହେକ୍ଟର ଜମିରେ ୨,୯୩,୭୯,୪୨୩ଟି ଚାରାରୋପଣ କରାଯାଇଛି। ଯଦି ଏହି ଗଛ ଗୁଡିକ ବଞ୍ଚିବ ତେବେ ପରିବେଶକୁ ସୁସ୍ଥ ରଖିବାରେ ଏହା ନିଶ୍ଚିତ ସହାୟତା କରିବ ।

Share

Leave a Reply