ବିଶ୍ବ ମ୍ୟାଲେରିଆ ଦିବସ ପାଳିତ: ରୋଗରୁ ସୁରକ୍ଷିତ ରହିବାର ଉପାୟ, ଚିକିତ୍ସା ଓ ପ୍ରତିକାର ଉପରେ ଆଲୋଚନା

0

ଅନୁଗୁଳ : ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ବ ମ୍ୟାଲେରିଆ ଦିବସ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ମିଶନ ନିର୍ଦ୍ଦେଶକ ଡା. ତ୍ରିଲୋଚନ ପ୍ରଧାନ ବୈଠକରେ ଅଧ୍ୟକ୍ଷତା କରି ମ୍ୟାଲେରିଆରୁ ସୁରକ୍ଷିତ ରହିବାର ଉପାୟ ଓ ଏହାର ଲକ୍ଷଣ, ଚିକିତ୍ସା ଓ ପ୍ରତିକାର ଉପରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଭାବେ ଭାରତୀୟ ଭେଷଜ ପରିଷଦର ଓଡିଶା ଶାଖା ସଭାପତି ଡା.ପ୍ରଭାତ କୁମାର ପଣ୍ଡା ଯୋଗ ଦେଇ ମ୍ୟାଲେରିଆକୁ ପ୍ରତିରୋଧ କରିବା ପାଇଁ ସମର୍ପିତ ଭାବରେ ସମସ୍ତେ ସହଯୋଗ କରିବା ପାଇଁ ନିବେଦନ କରିଥିଲେ। ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ପୂର୍ଣ୍ଣିମା ଉଦଗାତା ପାଓ୍ବାର ପଏଣ୍ଟ ମାଧ୍ୟମରେ ବିଶ୍ବ ମ୍ୟାଲେରିଆ ଦିବସ ପାଳନ କରିବାର ତାତ୍ପର୍ଯ୍ୟ ସମ୍ପର୍କରେ ବୁଝାଇବା ସହିତ ଜିଲ୍ଲା ମ୍ୟାଲେରିଆ ନିୟନ୍ତ୍ରଣ କରିବାରେ ଷଷ୍ଠ ସ୍ଥାନରେ ଅଛି ଏବଂ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମ୍ୟାଲେରିଆ ମୂଳୋତ୍ପାଟନ କରିବା ପାଇଁ ୨୦୨୭ ମସିହାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛି ବୋଲି ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ. ଦିଲ୍ଲୀପ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. ବିଶ୍ବବିହାରୀ ମହାନ୍ତି, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ଧନଞ୍ଜୟ ବେହେରା, ଡା. ବିଶ୍ବଜିତ୍ ସାମଲ, ଡା.ଦେବକାନ୍ତ ନାୟକ, ଡା. ବିନୋଦ କୁମାର ସାହୁ, ଦୀପକ କୁମାର ମହାନ୍ତି, ଭି ବିଡି କନସଲ୍‌ଟାଣ୍ଟ ନିରୁପମା ଦାସ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ସଂଚାର ଅଧିକାରୀ ଭରତ କୁମାର ସାହୁ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!