ତାଳଚେରରେ କ୍ରୀଡା ଗୁରୁ ନୀଳମଣି ସମ୍ବର୍ଦ୍ଧିତ

You are currently viewing ତାଳଚେରରେ କ୍ରୀଡା ଗୁରୁ ନୀଳମଣି ସମ୍ବର୍ଦ୍ଧିତ

ଅନୁଗୁଳ: ଗୁରୁଦିବସ ଅବସରରେ ଡିଶିଆଇ ଦେଉଳବେଡ଼ା ଠାରେ ତାଳଚେର ଆମ ପ୍ରତିଭା ଆମ ପରିଚୟ ସଂଗଠନ ପକ୍ଷରୁ ଗୁରୁ ମହିମା ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହେବ ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏ ଅବସରରେ ବିଶିଷ୍ଟ କ୍ରୀଡା ଗୁରୁ ଅନୁଗୁଳର ନୀଳମଣି ଦାସଙ୍କୁ ଅତିଥି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସମ୍ବର୍ଧିତ କରିଥିଲେ।ସୂଚନା ଯୋଗ୍ୟ ଯେ, ନୀଳମଣି ୨୫ କିମି ଚାଲିରେ ଓଡ଼ିଶାରେ ରେକର୍ଡ ସଂଖ୍ୟକ ମେଡାଲ ଜିତିଛନ୍ତି ଏବଂ କ୍ରୀଡା ଗୁରୁ ରୂପେ ବର୍ତ୍ତମାନ ସୁଦ୍ଧା ୫୦ ରୁ ଅଧିକ ଆଥଲେଟ୍ ଙ୍କୁ ତାଲିମ ଦେଇ ପ୍ରତିଷ୍ଠିତ କରାଇଛନ୍ତି ।

Share

Leave a Reply