ମହିଳା କନିଷ୍ଠ ଯନ୍ତ୍ରୀଙ୍କ ଦାଦାଗିରିକୁ ୭ ଦିନ ବିତିଲା: କାର୍ଯ୍ୟାନୁଷ୍ଠାନ ନେଉନି ପ୍ରଶାସନ, ହିତାଧିକାରୀଙ୍କୁ ଏଯାଏଁ ମିଳିନି ଭତ୍ତା

You are currently viewing ମହିଳା କନିଷ୍ଠ ଯନ୍ତ୍ରୀଙ୍କ ଦାଦାଗିରିକୁ ୭ ଦିନ ବିତିଲା: କାର୍ଯ୍ୟାନୁଷ୍ଠାନ ନେଉନି ପ୍ରଶାସନ, ହିତାଧିକାରୀଙ୍କୁ ଏଯାଏଁ ମିଳିନି ଭତ୍ତା

ଅନୁଗୁଳ: ପାଳଲହଡ଼ା ବ୍ଲକ ଡିମିରିଆ ପଞ୍ଚାୟତରେ ହିତାଧିକାରୀଙ୍କୁ ସରକାରୀ ଅଧିକାରୀଙ୍କ ଦୁର୍ବ୍ୟବହାରକୁ ୭ ଦିନ ବିତିଥିଲେ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାଯାଇଛି। ଅନ୍ୟପଟେ ହିତାଧିକାରୀମାନେ ଆଜି ପର୍ଯ୍ୟନ୍ତ ଭତ୍ତା ପାଇନଥିବା ଜଣାପଡିଛି। ଏନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ତାଙ୍କ ମୁଣ୍ଡ ଦୋଷ ଅଛି କହି କଥାକୁ ଏଡ଼ାଇ ଦେଇଥିଲେ।

ସେହିପରି ପାଳଲହଡ଼ା ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତି କହିଛନ୍ତି, ଏ ଘଟଣା ବିଷୟରେ ଗଣମାଧ୍ୟମରୁ ଜାଣିବାକୁ ପାଇଛୁ। ଏହା ଏକ ନିନ୍ଦନୀୟ ଘଟଣା। ମୋ ପାଖକୁ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶ ଆସିଲେ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ସୂଚନା ଅନୁସାରେ, ଗତ ଶୁକ୍ରବାର ଦିନ ପାଳଲହଡ଼ା ବ୍ଲକ ଡିମିରିଆ ପଞ୍ଚାୟତରେ ଭତ୍ତା ବଣ୍ଟନକୁ ନେଇ ମହିଳା କନିଷ୍ଠ ଯନ୍ତ୍ରୀ ମୌସୁମୀ ମାଳିନୀ ହିତାଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ବାଡ଼ିଧରି ପିଟିବା ପାଇଁ ଗୋଡ଼ାଇଥିଲେ। ମୌସୁମୀ ଭତ୍ତା ବଣ୍ଟନ କରୁଥିବା ସମୟରେ ବାରମ୍ବାର ଫୋନରେ କଥା ହେଉଥିବାରୁ ବଣ୍ଟନ ବାଧାପ୍ରାପ୍ତ ହୋଇଥିଲା। ଏ ନେଇ ଲୋକମାନେ ଅଭିଯୋଗ କରିବାରୁ ମହିଳା କନିଷ୍ଠ ଯନ୍ତ୍ରୀ ଉତ୍ତ୍ୟକ୍ତ ହୋଇ ପ୍ରଭାସୁଣୀର ଲକ୍ଷ୍ମୀ ସମାଡ଼ ଓ ଗାଙ୍ଗି ଜାମୁଡାଙ୍କୁ ଗାଳି ଦେବା ସହ ଖରାପ ବ୍ୟବହାର କରିଥିଲେ। ମୋ ଇଚ୍ଛାରେ ମୁଁ ପଇସା ଦେବି ଏବଂ ତମର ଅସୁବିଧା ହେଲେ ମୋର କଣ ଗଲା! ମୋ ଇଚ୍ଛାରେ ମୁଁ ପଇସା ଦେବି ବୋଲି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହି ବାଉଁଶ ବାଡ଼ି ଧରି ପିଟିବାକୁ ଗୋଡ଼ାଇ ଗେଟ୍ ବାହାରକୁ ବାହାର କରିଦେଇଥିଲେ। ଏହାକୁ ପ୍ରତିବାଦ କରି ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ।

Share

Leave a Reply