ଅନୁଗୁଳ: ମଳ-ପଙ୍କ ବା ପାଇଖାନା ଟାଙ୍କିରୁ ନିର୍ଗତ ତରଳ ବର୍ଯ୍ୟ ବସ୍ତୁ ପରିଚାଳନା ରେ ଅନୁଗୁଳକୁ ସଫଳତା ମିଳିଛି। ୨୦୧୫ ରେ ନିର୍ମଳ ଯୋଜନାରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଳାରେ ମଳ-ପଙ୍କ ପରିଚାଳନା ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ ସେସ ପୁଲ ଜରିଆରେ ମଳ-ପଙ୍କ ନିଆ ଯାଇ ପ୍ଲାଣ୍ଟ ରେ ଅତ୍ୟାଧୁନିକ ଉପାୟରେ ପ୍ରକ୍ରିୟାକରଣ
କରାଯାଇ ଶେଷକୁ ନାଇଟ ସଏଲ ଓ ଜଳ ଉଦ୍ବୃତ ହୋଇ ବାହାରେ। ଏହି ଉଦ୍ବୃତ ଜଳକୁ ନିକଟରେ ପରୀକ୍ଷା କରାଯାଇ ଏହା କୃଷି ପାଇଁ ଉପଯୋଗୀ ବୋଲି ପ୍ରମାଣିତ ହୋଇଛି। ନାଇଟ ସଏଲ କୁ ଜୈବିକ ସାର ରେ ପରିଣତ କରାଯାଇ ଏହାକୁ ବିକ୍ରୟ ପାଇଁ ବଜାରକୁ ଛଡ଼ାଯିବ ବୋଲି ଜଣା ପଡ଼ିଛି। ଖୁବ୍ ଶୀଘ୍ର ନାଇଟ ସଏଲକୁ ଲାବୋରେଟାରୀ ପରୀକ୍ଷା ପାଇଁ ପଠାଯିବ ।
Prev Post
Next Post