ଅନୁଗୁଳ: ଛେଣ୍ଡିପଦା ପାତ୍ରପଡ଼ାସ୍ଥିତ ମା’ବାୟାଣୀଙ୍କ ବାର୍ଷିକ ଯାତ୍ରା ଆସନ୍ତା ୧୪ ତାରିଖରେ ପାଳନ କରାଯିବାକୁ ସ୍ଥିର ହୋଇଛି। ଏବେ କରୋନାର ଦ୍ବିତୀୟ ଲହର ମାଡ଼ିଚାଲିଥିବାରୁ ଚଳିତ ବର୍ଷ ମା’ ବାୟାଣୀଙ୍କ ଯାତ୍ରାରେ ଜନଗହଳି ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । କରୋନା କଟକଣା ସହିତ କେବଳ ପାରମ୍ପରିକ ରୀତିରେ ଠାକୁରାଣୀଙ୍କ ପୂଜା ହେବ ବୋଲି ପ୍ରଶାସନର ପରାମର୍ଶରେ ମନ୍ଦିର ଟ୍ରଷ୍ଟ ଓ ଗ୍ରାମବାସୀ ଏହି ନିଷ୍ପତ୍ତି ନେଇଛନ୍ତି । ଯାତ୍ରାରେ ଭକ୍ତଙ୍କ ସମାଗମ, ଦୋକାନ ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି। ଗତବର୍ଷ କଟକଣା ସତ୍ତ୍ୱେ କିଛି ଭକ୍ତ ରୁଣ୍ଡ ହୋଇଥିବାରୁ ପୁଲିସ ସେମାନଙ୍କୁ ତଡ଼ିବାକୁ ବାଧ୍ୟ ହୋଇଥିଲା। ଏ ବର୍ଷ ଜନସମାବେଶ ନହୋଇ ଯେପରି ଯାତ୍ରା ସଂପନ୍ନ ହେବ, ସେଥିପାଇଁ ଜନସାଧାରଣ ସହଯୋଗ କରିବା ନିମନ୍ତେ ଗ୍ରାମବାସୀ ନିବେଦନ କରିଛନ୍ତି।
ପାତ୍ରପଡ଼ା ମା’ ବାୟାଣୀ ଯାତ୍ରାରେ ଗହଳି ମନା
- Post published:April 10, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
