ସାତକୋଶିଆ ବାଘ ଶୂନ୍ୟ, ଶିମିଳିପାଳରେ ଅଛନ୍ତି ୩୦

You are currently viewing ସାତକୋଶିଆ ବାଘ ଶୂନ୍ୟ, ଶିମିଳିପାଳରେ ଅଛନ୍ତି ୩୦

ଅନୁଗୁଳ: ଜୁଲାଇ ୨୯, ଆଜି ହେଉଛି ‘ବିଶ୍ୱ ବ୍ୟାଘ୍ର ଦିବସ’। ବାଘଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଆଜିର ଦିନଟିକୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଏ। ଏ ଅବସରରେ ସାତକୋଶିଆରେ ବାଘ ଶୂନ୍ୟ ହୋଇଯାଇଛି ବୋଲି କହିଛନ୍ତି ପିସିସିଏଫ୍‌ ପ୍ରେମ୍‌ ଝା ।

ସେ କହିଛନ୍ତି ସାତକୋଶିଆକୁ ବର୍ତ୍ତମାନ କୌଣସି ବାଘ ଆଣିବାକୁ ଯୋଜନା ନାହିଁ। ୫ ବର୍ଷ ପୂର୍ବେ ବାଘ ରହିଥିଲେ, ବର୍ତ୍ତମାନ ଆଉ ବାଘ ନାହାନ୍ତି। ଶିମିଳିପାଳରେ ୨ ପ୍ରକାର ବାଘ ଅଛନ୍ତି । ସେମାନେ ହେଲେ ନର୍ମାଲ ଟାଇଗର ଓ ବ୍ଲାକ୍‌ ଟାଇଗର । ପ୍ରତି ୪ ବର୍ଷରେ ଥରେ ବାଘ ଗଣାନା କରାଯାଉଛି । ଶିମିଳିପାଳରେ ବର୍ତ୍ତମାନ ବାଘଙ୍କ ସଂଖ୍ୟା ୩୦ ରହିଛି। ଶାବକଙ୍କୁ ୨ବର୍ଷ ହେଲା ପରେ ଗଣନାରେ ସାମିଲ କରାଯିବ।

ଦେଶ ତଥା ବିଶ୍ୱରେ ଦିନକୁ ଦିନ ବାଘଙ୍କ ସଂଖ୍ୟା କମିବାରେ ଲାଗିଛି। ଅବୈଧ ଶିକାର ଏହାର ଏକ ପ୍ରମୁଖ କାରଣ ସାଜିଥିବାବେଳେ ଆଧୁନିକତା ନାମରେ ଜଙ୍ଗଲ ନଷ୍ଟ ଏବଂ ଜଳବାୟୁ ପରିବର୍ତ୍ତନ ଭଳି କେତେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡୁଛି। ଏହି ପ୍ରାଣୀମାନଙ୍କୁ ବିଲୁପ୍ତ ହେବା ପୂର୍ବରୁ ସୁରକ୍ଷା ଦେବା ଗୁରୁତ୍ୱପୂର୍ଣ୍ଣ।

Share

Leave a Reply