ଅନୁଗୁଳ: ପ୍ରାୟ ୪୦ ବର୍ଷ ତଳେ ସେତେବେଳର ଅନୁଗୁଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ପ୍ରତିଭା ମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ନୃତ୍ୟ ସଙ୍ଗୀତର ଅନୁଷ୍ଠାନ ଆରମ୍ଭ କରାଯାଇଥିଲା। ଏହାର ନାମ ରଖା ଯାଇଥିଲା ନୃତ୍ୟ ସଙ୍ଗୀତ ଭାରତୀ।ଏଠାରେ କଣ୍ଠ ସଙ୍ଗୀତ,ବେହେଲା,ତବଲା,ଓଡ଼ିଶୀ ନୃତ୍ୟ ଆଦି ଶିକ୍ଷା ଦାନ ଦିଆ ଯାଉଥିଲା। ତାଲିମ ପ୍ରାପ୍ତ ଶିକ୍ଷକ ପିଲାମାନଙ୍କୁ ତାଲିମ ଦେଉଥିଲେ। ଏ ବିଦ୍ୟାଳୟକୁ ସରକାରୀ ଅନୁମୋଦନ ମିଳିଥିଲା।ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀ ଜିଲ୍ଲା ତଥା ରାଜ୍ୟ ବାହାରେ ଏପରିକି ବିଦେଶରେ ମଧ୍ୟ ସୁନାମ ଅର୍ଜନ କରିଥିଲେ। କିନ୍ତୁ ପୁରୁଣା ଶିକ୍ଷକ ମାନେ ଅବସର ନେବା ପରେ ସରକାରୀ ଅବହେଳାରୁ ଆଉ ନିଯୁକ୍ତି ଦିଆ ଯାଇ ନ ଥିଲା। ଅସ୍ଥାୟୀ ଶିକ୍ଷକ ନେଇ କିଛି ଦିନ କାମ ଚଳାଇ ନିଆ ଯାଇଥିଲା। ଦିନ ଆସିଲା ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ତେବେ ଖୁସିର ବିଷୟ ବର୍ତ୍ତମାନର ପରିଷଦ ଏହି ସଙ୍ଗୀତ ଅନୁଷ୍ଠାନକୁ ବଞ୍ଚାଇ ରଖିବା ପାଇଁ ଏହାକୁ ଲିଜ ସୂତ୍ରରେ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତିନି ବର୍ଷ ପାଇଁ ଏହି ସଂସ୍ଥାକୁ ଲିଜରେ ଦିଆଯିବ। ସର୍ବନିମ୍ନ ୫୦ ହଜାର ଟଙ୍କା ଧାର୍ଯ୍ୟ କରି ଏହାକୁ ଟେଣ୍ଡର ପ୍ରକ୍ରିୟାରେ କୌଣସି ସଂସ୍ଥାକୁ ଦିଆଯିବ। ଆଜି ଏ ସମ୍ପର୍କରେ ସବିଶେଷ ଗାଇଡ ଲାଇନ ପ୍ରସ୍ତୁତ କରାଯାଇଛି। ଅଧିକ ବିବରଣୀ ପାଇଁ ଆଗ୍ରହୀ ସଂସ୍ଥା କାର୍ଯ୍ୟାଳୟ ସହ ଯୋଗା ଯୋଗ କରିପାରିବେ। ଏ ସମ୍ପର୍କରେ ନଗରପାଳ ଅକ୍ଷୟ ସାମନ୍ତ କହିଛନ୍ତି ଦୀର୍ଘ ଦିନ ଧରି ନୃତ୍ୟାନୁଷ୍ଠାନଟି ଭୂତକୋଠି ହୋଇ ପଡ଼ିଥିଲା।ଏବେ ଏହାକୁ ଲିଜ ସୂତ୍ରରେ ଦିଆଯିବ ଯ ଦ୍ଵାରା ଅନେକ ଛାତ୍ର ଛାତ୍ରୀ ଉପକୃତ ହୋଇ ପାରିବେ ।
ନୃତ୍ୟ ସଙ୍ଗୀତ ଭାରତୀକୁ ଲିଜରେ ଦିଆଯିବ
- Post published:July 3, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul