ଅନୁଗୁଳ: ରଙ୍ଗ ସଙ୍ଗମର ତୃତୀୟ ଦିବସରେ ଆଜି ମଞ୍ଚସ୍ଥ ହୋଇଥିଲା ନାଟକ ସାହାଡ଼ା ସୁନ୍ଦରୀ। ଭୁବନେଶ୍ବରର ଥିଏଟର ଫର୍ ଏଜୁକେଶନ ଆୱର୍ନେସ ମୁଭନେଣ୍ଟ ପକ୍ଷରୁ ମଞ୍ଚସ୍ଥ ଏହି ନାଟକର ସ୍ରଷ୍ଟା ବିଭୁଦତ୍ତ ଦିକ୍ଷୀତ ଏବଂ ନିର୍ଦ୍ଦେଶନା ଦେଇଥିଲେ ଶତୃଘ୍ନ ସାମଲ।
ଓଡ଼ିଶାର ପୁର ପଲ୍ଲୀରେ ପ୍ରଚଳିତ ପରମ୍ପରା ଓ ଲୋକ କଥା ଓ କର୍ମ ଫଳକୁ ନେଇ ଏହି ନାଟକ ଆଗକୁ ବଢିଥିଲା। ଧନୀକ ସାଧବ କିଭଳି କୁନି ଝିଅକୁ କିଭଳି ନଈ କୂଳ କୁମ୍ଭୀର ନିକଟରେ ଛାଡି ଆସୁଚି,ପରେ ସାଧବ ପୁଅ
ଏହି ନଈ କୁଳ ସାହାଡ଼ା ଗଛ କୁ ବିବାହ କରିବା ସହ ତାକୁ କାଟି ଘରକୁ ଆଣୁଚି,ଏହିଭଳି ଏକ ପଲ୍ଲୀ ଉପାଖ୍ୟାନକୁ ନେଇ ନାଟକ ଗତିଶୀଳ ହୋଇଥିଲା।ସମାରୋହରେ ପୂର୍ବତନ ପ୍ରଶାସକ ହେମନ୍ତ ଦାଶ,ଆଇନଜୀବୀ ବସନ୍ତ ଦାସ ଓ କଳାକାର ସମ୍ପାଦକ ବିଭୂତି ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ ।











