ଅନୁଗୁଳରୁ ଗଡ଼ିଲା କୌଶଳ ରଥ: ଆତ୍ମନିର୍ଭରଶୀଳ ହେବାକୁ ଯୁବପିଢ଼ିଙ୍କୁ ଦେବ ପ୍ରଶିକ୍ଷଣ

You are currently viewing ଅନୁଗୁଳରୁ ଗଡ଼ିଲା କୌଶଳ ରଥ: ଆତ୍ମନିର୍ଭରଶୀଳ ହେବାକୁ ଯୁବପିଢ଼ିଙ୍କୁ ଦେବ ପ୍ରଶିକ୍ଷଣ

ଅନୁଗୁଳ: କେନ୍ଦ୍ର ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରଣାଳୟ ତରଫରୁ ଓଡ଼ିଆ ଯୁବପିଢ଼ିଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ଅନୁଗୁଳରୁ ଗଡ଼ିଲା କୌଶଳ ରଥ। ଯୁବପିଢ଼ିଙ୍କୁ ଦକ୍ଷ କରି ରୋଜଗାର ଓ ସ୍ୱରୋଜଗାର ସହିତ ଯୋଡିବା ଏହି ରଥର ଉଦ୍ଦେଶ୍ୟ। ଏହି ଗାଡ଼ି ରାଜ୍ୟର ବିଭିନ୍ନ ଜିଲ୍ଲା ବୁଲିବା ସହ ଦକ୍ଷତା ପ୍ରଶିକ୍ଷଣ ଦେବ।

ପ୍ରାଥମିକ ପର୍ଯ୍ୟାୟରେ ଏହି ରଥ ରାଜ୍ୟର ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ଦେବଗଡ଼ ଆଦି ଜିଲ୍ଲାରେ ବୁଲିବା ସହ ସେ ଅଞ୍ଚଳରେ ଥିବା କୁଶଳୀଙ୍କୁ ସମ୍ମାନିତ କରିବ। ଏଥିସହ ଏହି ଅଞ୍ଚଳରେ ଥିବା ମେକାନିକ୍ ଓ ଗ୍ୟାରେଜ ମାଲିକଙ୍କୁ ପ୍ରଶିକ୍ଷଣ ଦେବ।

କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ଏଏସଡିସିର ସିନିୟର ଆଡଭାଇଜର ସତ୍ୟନାରାୟଣ ମହାରଣା, ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ଏନଏସଡିସିର ଏକଜକ୍ୟୁଟିଭ ଭାଇସ ପ୍ରେସିଡେଣ୍ଟ ସଞ୍ଜିବ ସିଂ, ନାଲକୋ ( ଅନୁଗୁଳ) ଇଡି ଅମୀୟ କୁମାର ସ୍ୱାଇଁ, ଏମସିଏଲ ( ଲିଙ୍ଗରାଜ ଏରିଆ) ଜେନେରାଲ ମ୍ୟାନେଜର ସୁବ୍ରତ ବିଶ୍ୱାଳ, ଏନଏସଡିସିର ସିଇଓ ବେଦମଣି ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply