ଖୁଦୁରୁକୁଣୀ ଓଷାରେ ସମ୍ବଲପୁରୀ ଗୀତ ବଜାଇବାକୁ ନେଇ ମାଡପିଟ, ଥାନାରେ ମାମଲା

You are currently viewing ଖୁଦୁରୁକୁଣୀ ଓଷାରେ ସମ୍ବଲପୁରୀ ଗୀତ ବଜାଇବାକୁ ନେଇ ମାଡପିଟ, ଥାନାରେ ମାମଲା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ପାତ୍ରପଡା ଗ୍ରାମରେ ଖୁଦୁରୁକୁଣୀ ଓଷାରେ ସମ୍ବଲପୁରୀ ଗୀତ ବଜାଇବାକୁ ନେଇ ଦୁଇ ଗୋଷ୍ଠୀ ପିଟାପିଟି ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସୂଚନା ମୁତାବକ, ପାତ୍ରପଡା ଗ୍ରାମରେ ଝିଅମାନେ ଖୁଦୁରୁକୁଣୀ ଓଷା କରୁଥିଲେ। ଓଷା ସରିବା ପରେ ସେଠାରେ ଏକ ସମ୍ବଲପୁରୀ ଗୀତ ବଜାଇଥିଲେ। ସେହି ଗୀତ କାହିଁକି ଲଗାଗଲା ବୋଲି ଗାଁର ଭୀମ ମୁଖିଙ୍କ ସ୍ତ୍ରୀ କାନ୍ତ ମୁଖି ସାହିର ମିଥୁନ ମୁଖିଙ୍କୁ ପଚାରିଥିଲେ l ଏକଥା ଶୁଣି ଭୀମ ମୁଖି ସେଠାକୁ ଯାଇ ପିଲାମାନେ ନାଚ କରିବେ ବୋଲି ଲଗାଇଛି କହିଥିଲେ।

ଏହାପରେ ମିଥୁନ ମୁଖି, ଉରୀ ମୁଖି, ବିଲ ମୁଖି ମିଳିତ ଭାବେ କାନ୍ତ ମୁଖିଙ୍କୁ ଧକ୍କା ମାରିଥିଲେ। ଏହାକୁ ଭୀମ ମୁଖି ବାରଣ କରିବାରୁ ସେମାନେ ନିସ୍ତୁକ ମାଡ ମାରିଥିଲେ l ପୁଅର ପାଟି ଶୁଣି ମା’ ଅମୃତି ସେମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପରେ ସେମାନେ ପୂଜା ମଣ୍ଡପକୁ ଯାଇ ମୂର୍ତ୍ତି ଭଙ୍ଗା ରୁଜା କରିବା ସହିତ ଟାଙ୍ଗିଆ ଧରି ଜୀବନରେ ମାରି ଦେବାକୁ ଧମକ ଦେଇଛନ୍ତି ବୋଲି ଭୀମ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଅଭିଯୋଗ ଆଧାରରେ ବାଗଡ଼ିଆ ଥାନା ପୋଲିସ କେସ ନଂ ୧୭୮/୨୩ରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share

Leave a Reply