ଅନୁଗୁଳ: ପରିବେଶ ପରିଚାଳନା ଏବଂ ସ୍ଥାୟିତ୍ୱ ପ୍ରତି ଉଦାହରଣୀୟ ପ୍ରତିବଦ୍ଧତାକୁ ସ୍ୱୀକୃତି ଦେଇ ଏନଟିପିସି କଣିହାଁ ଦୁଇଟି ବିଶିଷ୍ଟ ପୁରସ୍କାର ଲାଭ କରିଛି। ପରିବେଶ, ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ (ଇଇସିସି) ୨୦୨୫ ଉପରେ ୧୦ତମ ଜାତୀୟ ସମ୍ମିଳନୀ (ଇଇସିସି)ରେ ଷ୍ଟେସନକୁ ପାଞ୍ଚ ତାରକା ବର୍ଗ (ସର୍ବୋଚ୍ଚ ମାନ୍ୟତା) କଳିଙ୍ଗ ପରିବେଶ ଉତ୍କର୍ଷତା ଜାତୀୟ ପୁରସ୍କାର – ୨୦୨୪ ପ୍ରାପ୍ତ ହୋଇଛି। ପରିବେଶ ପରିଚାଳନା ଏବଂ ପ୍ରଦୂଷଣ ହ୍ରାସ ପାଇଁ ପ୍ରଶମନ ପଦକ୍ଷେପ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି କାର୍ଯ୍ୟକ୍ରମ ଜୁନ ୨୧ ରେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା।
ଏହି ପୁରସ୍କାର ସମାରୋହ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଡିଶା ସରକାର), ଓଡ଼ିଶା ରାଜ୍ୟ ଉତ୍ପାଦକତା ପରିଷଦ ଏବଂ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ଏଣ୍ଟରପ୍ରାଇଜ୍, ହାଇଦ୍ରାବାଦ ଦ୍ୱାରା ପ୍ରାୟୋଜିତ ହୋଇଥିଲା। ଏନଟିପିସି କଣିହାଁର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ. ନରସିଂହ ରେଡ୍ଡୀ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏଥିରେ ଉଗାଣ୍ଡା ଗଣରାଜ୍ୟର ଉଚ୍ଚାୟୁକ୍ତ ପ୍ରଫେସର ଜଏସି କାକୁରାମାତସି କିକାଫୁଣ୍ଡା, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଏବଂ କେନ୍ଦୁଲିଫ ପିସିସିଏଫ ଉମା ନାନ୍ଦୁରି, ଓଡ଼ିଶା ରାଜ୍ୟ ଉତ୍ପାଦକତା ପରିଷଦର ଅଧ୍ୟକ୍ଷ ଅବସରପ୍ରାପ୍ତ ଆଇଏଏସ ଅଶୋକ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଏନଟିପିସି କଣିହାଁକୁ ପ୍ଲାଟିନମ ପୁରସ୍କାର ମଧ୍ୟ ମିଳିଛି। ଏନଟିପିସି କଣିହାଁକୁ ଗ୍ରୀନ ଏନଭାଇରୋ ଫାଉଣ୍ଡେସନ୍ ଦ୍ୱାରା “ସ୍ଥାୟିତ୍ଵ” ବର୍ଗରେ ଉଲ୍ଲେଖନୀୟ ସଫଳତା ପାଇଁ ସର୍ବୋଚ୍ଚ ବର୍ଗ – ପ୍ଲାଟିନମ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ମର୍ଯ୍ୟାଦାଜନକ ସ୍ୱୀକୃତି ୧୯ ଜୁନ ୨୦୨୫ ରେ ଲୋନାଭୋଲାରେ ଅନୁଷ୍ଠିତ ଗ୍ରୀନ୍ ଏନଭାଇରୋ ପରିବେଶ ପୁରସ୍କାର ଏବଂ ସମ୍ମିଳନୀ ସମୟରେ ପ୍ରଦାନ କରାଯାଇଥିଲା।
ଏହି ସମାରୋହରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ବର୍ତ୍ତମାନ ଆଇସିଏଫଏର ଅଧ୍ୟକ୍ଷ ସୁରେଶ ପ୍ରଭୁ ଯୋଗ ଦେଇଥିଲେ। ଏନଟିପିସି କଣିହାଁ ପକ୍ଷରୁ ଏହି ପୁରସ୍କାର ସିନିୟର ମ୍ୟାନେଜର (ଇଏମଜି) ରବି ଶଙ୍କର ବର୍ମା ଏବଂ ସିନିୟର ମ୍ୟାନେଜର (ପାଉଁଶ ପରିଚାଳନା) ଏଏଲ ଅହମ୍ମଦ ଇଦ୍ରିସ କେଏସ ଗ୍ରହଣ କରିଥିଲେ।
ଉକ୍ତ ଦୁଇ ସମ୍ମାନଜନକ ପୁରସ୍କାର ପାଇଁ ଏନଟିପିସି କଣିହାଁର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ. ଏନ. ରେଡ୍ଡୀ ସମଗ୍ର ଏନଟିପିସି କଣିହାଁ ଟିମକୁ ଅଭିନନ୍ଦନ ଜଣାଇଛନ୍ତି।