ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଜରପଡା ପତିତପାବନ ଡିଗ୍ରୀ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାବେ ଛେଣ୍ଡିପଦା ବ୍ଳକର ବାଲିପଟ୍ଟା ଗ୍ରାମର ଶରତ କୁମାର ଗଡନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗଦ୍ଵାରା ମନୋନୀତ କରାଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷ ଶରତଚନ୍ଦ୍ର ସାହୁଙ୍କ ନେତୃତ୍ବରେ କର୍ମଚାରୀଙ୍କ ସହ ତାଙ୍କ ବାସଭବନରେ ଭେଟି ସରକାରଙ୍କ ତରଫରୁ ଦିଆଯାଇଥିବା ପତ୍ରକୁ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ । ସମ୍ବର୍ଦ୍ଧନା ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ମହାବିଦ୍ୟାଳୟର ବରିଷ୍ଠ ଇଂରାଜୀ ଅଧ୍ୟାପକ ଜଗବନ୍ଧୁ ସାହୁ, ଗ୍ରନ୍ଥାଗାରିକ ବିଜୟ କୁମାର ସାହୁ ଓ କନିଷ୍ଠ କିରାଣି ଶରତକୁମାର ସାହୁ। ପରେ ସଭାପତିଙ୍କ ନେତୃତ୍ବରେ ମହାବିଦ୍ୟାଳୟର ନୂତନ କମିଟି ଗଠନ କରାଯାଇ ଆଗାମୀ ଦିନରେ ମହାବିଦ୍ୟାଳୟର ଶିକ୍ଷା ସହ ଅନ୍ୟ ଦିଗରେ ଉନ୍ନତିମୂଳକ ପଦକ୍ଷେପ ନିଆଯିବ ବୋଲି ସଭାପତି ପ୍ରକାଶ କରିଥିଲେ।
ଜରପଡା ଡିଗ୍ରୀ ମହାବିଦ୍ୟାଳୟର ପରିଚାଳନା କମିଟିର ନୂତନ ସଭାପତି ମନୋନୀତ
- Post published:January 7, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
