ଓକିଲଙ୍କ ନାଁରେ ମିଥ୍ୟା ଏତଲାକୁ ପ୍ରତିବାଦ, କୋର୍ଟ ବର୍ଜନ କଲା ତାଳଚେର ଓ ଆଠମଲ୍ଲିକ ଓକିଲ ସଂଘ

You are currently viewing ଓକିଲଙ୍କ ନାଁରେ ମିଥ୍ୟା ଏତଲାକୁ ପ୍ରତିବାଦ, କୋର୍ଟ ବର୍ଜନ କଲା ତାଳଚେର ଓ ଆଠମଲ୍ଲିକ ଓକିଲ ସଂଘ

ଆଠମଲ୍ଲିକ : ସ୍ଥାନୀୟ ତାଳଚେର ଓକିଲ ସଂଘର କାର୍ଯ୍ୟକର୍ତ୍ତା ଓ କେତେକ ଆଇନଜୀବୀଙ୍କ ନାମରେ କୋର୍ଟ ସିଏସଆଇ ଏତଲା କରିବା ପ୍ରତିବାଦରେ ଆଠମଲ୍ଲିକ ଓକିଲ ସଂଘ ଓ କ୍ରିମିନାଲ ଓକିଲ ସଂଘ ପକ୍ଷରୁ ମଙ୍ଗଳବାର କୋର୍ଟ ବର୍ଜନ କରାଯାଇଛି।

ତାଳଚେରର ଜଣେ ଓକିଲଙ୍କ ନାମରେ ଏତଲା ହେବା ପରେ ସଂଘ ଓ କେତେକ ଓକିଲ ବେଲ ପାଇଁ ୱକାଲତନାମା ଦାଖଲ କରିଥିଲେ। କୋର୍ଟ ସିଏସଆଇ ଏଥିରେ ଅସନ୍ତୁଷ୍ଟ ହୋଇ ୱକାଲତନାମା ଦାଖଲ କରିଥିବା ଓକିଲଙ୍କ ନାମରେ ଏକ ମିଥ୍ୟା ଏତଲା ଦେଇଥିଲେ। ଏହି ମିଥ୍ୟା ଏତଲା ପ୍ରତ୍ୟାହାର କରାଯିବା ସହ କୋର୍ଟ ଏଏସଆଇଙ୍କୁ ବଦଳି କରଯିବା ଦାବିରେ ତାଳଚେର ଓକିଲ ସଂଘ କୋର୍ଟ ବର୍ଜନ କରିଛି। ତାଳଚେର ଓକିଲ ସଂଘର ଅନୁରୋଧ କ୍ରମେ ଆଠମଲ୍ଲିକ ଓକିଲ ସଂଘ ଓ କ୍ରିମିନାଲ ଓକିଲ ସଂଘ ପକ୍ଷରୁ ଆଇନଜୀବୀମାନେ ଆଠମଲ୍ଲିକର ସମସ୍ତ କୋର୍ଟକୁ ବର୍ଜନ କରିଥିବା ଜଣାଯାଇଛି।

Share

Leave a Reply