‘ଆମ ପ୍ରତିଭା ଆମ ପରିଚୟ’ ପକ୍ଷରୁ ପ୍ରସ୍ତୁତି ବୈଠକ

You are currently viewing ‘ଆମ ପ୍ରତିଭା ଆମ ପରିଚୟ’ ପକ୍ଷରୁ ପ୍ରସ୍ତୁତି ବୈଠକ

ତାଳଚେର: ତାଳଚେରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଆମ ପ୍ରତିଭା ଆମ ପରିଚୟ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଦେଉଳବେଡା ସ୍ଥିତ ପୂର୍ବତନ ସାଂସଦ ମହେଶ ସାହୁଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ସଭାପତି ଇଂ ରମେଶ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଅନୁଷ୍ଠାନର ପ୍ରତିଷ୍ଠାତା ମହେଶ ସାହୁ ଯୋଗ ଦେଇ ଆଗାମୀ ସେପ୍ଟେମ୍ବର ୫ ତାରିଖରେ ହେବାକୁ ଥିବା ପ୍ରତିଭା ସମ୍ମାନ ଓ ଗୁରୁପୂଜନ ଉତ୍ସବ ପାଳନ କରିବା ସମ୍ପର୍କରେ ଆଲୋଚନା କରିଥିଲେ।

ପୂର୍ବ ବର୍ଷ ପରି ଏଥର ମଧ୍ୟ ଗୁରୁ ପୂଜନ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏ ଅବସରରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ଅବସରପ୍ରାପ୍ତ ଅଧ୍ୟାପକ ଡଃ. ନିମାଇଁ ଚରଣ ପ୍ରଧାନ ଗତ ବର୍ଷର ଆୟବ୍ୟୟର ହିସାବ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏ ଇଉ ସି ସି ବ୍ୟାଙ୍କ ସଭାପତି ସନ୍ତୋଷ ପ୍ରଧାନ ଶ୍ରମିକ ନେତା ସଞ୍ଜୟ ସାହୁ, ବରିଷ୍ଠ ସାମ୍ବାଦିକ ଡଃ ରଶ୍ମିରଞ୍ଜନ ମିଶ୍ର, ବରିଷ୍ଠ ଓକିଲ ରାମଚନ୍ଦ୍ର ସ୍ୱାଇଁ, କୁଶ ବିହାରୀ ସାମଲ, ଲିପୁ ରଥ, କାଳନ୍ଦୀ ସାମଲ, ସୁନୀଲ ପ୍ରଧାନ, ଅବସରପ୍ରାପ୍ତ ଅଧ୍ୟାପକ ଡଃ ଉପେନ୍ଦ୍ର ପରିଡା, ପୂର୍ବତନ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଶୋଭାଗିନୀ ଦେବୀ, ରୋହିତ ବେହେରା, ସାମ୍ବାଦିକ ତପନ କୁମାର ମହାରଣା, ବରିଷ୍ଠ ସରକାରୀ ଓକିଲ ନିର୍ମଳ ତ୍ରିପାଠୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply