ଅନୁଗୁଳ: ଆସନ୍ତାକାଲି ଦେଶବ୍ୟାପୀ କରୋନା ଟିକା ଡ୍ରାଏ ରନ୍ କରାଯିବ । ଏଥିପାଇଁ ଓଡ଼ିଶାରେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଡ୍ରାଏ ରନ୍ କରାଯିବ । ଡ୍ରାଏ ରନ୍ ପାଇଁ ଜାଗା ଚିହ୍ନଟ କରାଯାଇଛି । ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ସାମିଲ କରାଯିବ । ସବୁ ଟିକାକରଣ କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟରଙ୍କୁ ମିଶାଇ ୫ଜଣିଆ ଟିମ୍ ଉପସ୍ଥିତ ରହିବେ । ଟିକା ଡ୍ରାଏ ରନ୍ ବେଳେ ସମସ୍ତ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରାଯିବ ।
ଆସନ୍ତାକାଲି କରୋନା ଟିକା ଡ୍ରାଏ ରନ୍ ପାଇଁ ଓଡ଼ିଶା ପ୍ରସ୍ତୁତ
- Post published:January 1, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal

Tags: Angul
You Might Also Like

ସରକାରୀ ଟଙ୍କା ହଡ଼ପ କରିବାକୁ ନୂଆ ବାଟ: ମନରେଗା କାମକୁ ଶ୍ରମିକଙ୍କ ଦ୍ୱାରା ନ କରି ରାତାରାତି ମେସିନ ଲଗାଇ କରାଉଛନ୍ତି ଅଧିକାରୀ

ଅନୁଗୁଳରେ ଆଇନ ସଚେତନତା ଶିବିର: କର୍ମକ୍ଷେତ୍ରରେ ମହିଳା ଯୌନ ଉତ୍ପୀଡନ ଅଧିନିୟମ ସମ୍ପର୍କରେ ଆଲୋଚନା
