ଅନୁଗୁଳ ଓଡ଼ିଏମ ସ୍କୁଲର ବାର୍ଷିକ ଉତ୍ସବ “ସ୍ପେକ୍ଟ୍ରା ” ଉଦଘାଟିତ

You are currently viewing ଅନୁଗୁଳ ଓଡ଼ିଏମ ସ୍କୁଲର ବାର୍ଷିକ ଉତ୍ସବ “ସ୍ପେକ୍ଟ୍ରା ” ଉଦଘାଟିତ

ଅନୁଗୁଳ: ସ୍ଥାନୀୟ ସଭାଘରେ ଅନୁଗୁଳ ଓଡ଼ିଏମ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି। ତିନି ଦିନିଆ ଏହି ବାର୍ଷିକ ଉତ୍ସବକୁ ଉଦଘାଟନ କରିଥିଲେ ଅନୁଗୁଳ ପୋୖରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ।

ଶ୍ରୀ ସାମନ୍ତ ନିଜ ବକ୍ତବ୍ୟରେ ଓଡ଼ିଏମ ସ୍କୁଲର ଶିକ୍ଷାଦାନ ପ୍ରଣାଳୀକୁ ପ୍ରଶଂସା କରିବା ସହ ପରିବେଶର ସୁରକ୍ଷା ପାଇଁ ପ୍ଲାଷ୍ଟିକ ଓ ପଲିଥିନକୁ ବର୍ଜନ କରିବା ପାଇଁ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ନିବେଦନ କରିଥିଲେ.।ସମାରୋହରେ ସ୍କୁଲର ପ୍ରିନ୍ସିପାଲ କଳିଙ୍ଗ ରୁଦ୍ର ପଣ୍ଡା ସ୍କୁଲର ବାର୍ଷିକ ବିବରଣୀ ତଥା ସଫଳତା ବର୍ଣନା କରିଥିଲେ। ଉତ୍ସବରେ ଛାତ୍ର ଛାତ୍ରୀଙ୍କ ଜେଜେବାପା ଓ ଜେଜେମାଙ୍କୁ ତିଳଳ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଶେଷରେ ସ୍କୁଲର କୁନି କୁନି ଛାତ୍ରଛାତ୍ରୀ ମାନେ ଆକର୍ଷଣୀୟ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ। ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।

Share

Leave a Reply