ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ବନ୍ତଳାରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକ

You are currently viewing ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ବନ୍ତଳାରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ଜାମୁଣ୍ଡା ଗାଁରେ ଶୁକ୍ରବାର ହାତୀ ଆକ୍ରମଣରେ ଗୁରୁତର ବ୍ୟକ୍ତିଙ୍କର କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ମୃତକ ହେଲେ ବନ୍ତଳା ଥାନା ଅନ୍ତର୍ଗତ ଯାମୁଁଣ୍ଡା ଗାଁର ଚିତ୍ତରଂଜନ ସେଠି (୫୫)।

ତେବେ ବନ ବିଭାଗର ଅପାରଗତା କାରଣରୁ ଚିତ୍ତରଞ୍ଜନଙ୍କ ମୃତ୍ୟୁ ଘଟିଥିବା ଦର୍ଶାଇ ଶୁକ୍ରବାର ସନ୍ଧ୍ୟାରେ ପରିବାର ଲୋକେ ବନ୍ତଳା ରାସ୍ତା ଅବରୋଧ କରିଥିଲେ। ଫଳରେ ଯାତାୟାତ ଠପ୍ ହୋଇଯାଇଥିଲା। ତେବେ ଖବର ଲେଖା ଯିବା ସୁଦ୍ଧା ଘଟଣାସ୍ଥଳକୁ ପୋଲିସ କିମ୍ବା ବନବିଭାଗର କୌଣସି କର୍ମଚାରୀ ପହଞ୍ଚି ନଥିବା ବେଳେ ରାସ୍ତାରୋକ ଜାରି ରହିଥିବା ଜଣାଯାଇଛି।

Share

Leave a Reply