ସାଇକେଲରୁ ପଡ଼ି ବୃଦ୍ଧ ଗୁରୁତର

You are currently viewing ସାଇକେଲରୁ ପଡ଼ି ବୃଦ୍ଧ ଗୁରୁତର

ଅନୁଗୁଳ: ସ୍ଥାନୀୟ ଛେଣ୍ତିପଦା ଥାନା ନୂଆପଡ଼ା ଛକ ନିକଟ ବୃନ୍ଦାବତୀ ଭବନ ସାମ୍ନାରେ ସାଇକେଲରି ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଗୁରୁତର ହେଲେ ଦେଓଗଡ ଜିଲ୍ଲା ସେଣ୍ଢାର ପରମାନନ୍ଦ ଶତପଥୀ।

ସୂଚନା ଅନୁଯାୟୀ, ପରମାନନ୍ଦ ଘରୁ ଏକ ସାଇକେଲ ଯୋଗେ ଚାରବାଟିଆ ଆଡ଼କୁ ଆସୁଥିଲେ। ନୂଆପଡା ଛକ ନିକଟରେ ଥିବା ବୃନ୍ଦାବତୀ ଭବନ ସାମ୍ନାରେ ପରମାନନ୍ଦ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ପରମାନନ୍ଦଙ୍କ ପରିବାରକୁ ଖବର ଦେବା ସହ ୧୦୮ ଆମ୍ବୁଲାନ୍ସ ଯୋଗେ ଛେଣ୍ତିପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାଯାଇଛି।

Share

Leave a Reply