CADLAB

ଅଟୋ ଓଲଟି ୪ ଗୁରୁତର

0

ଅନୁଗୁଳ: ଗୁରୁବାର ଛେଣ୍ଡିପଦା ଥାନା ଜରପଡା ରାସ୍ତାର ସୁନାଭୂଇଁ ନିକଟରେ ଭାରସାମ୍ୟ ହରlଇ ଏକ ଅଟୋ ରାସ୍ତା ଉପରେ ଓଲଟିପଡିଥିଲା। ଏଥିରେ ଆସୁଥିବା ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଅପରହ୍ମ ସାଢ଼େ ତିନିଟା ବେଳେ ଜରପଡା ଥାନା ନାଉପଦାରୁ ଯାତ୍ରୀ ନେଇ ଛେଣ୍ଡିପଦା ଆଡକୁ ଓଡ଼ି-୧୯-୭୯୫୨ ଅଟୋ ଆସୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅଟୋରେ ଥିବା ନାଉପଦା ଗ୍ରାମର ହାଡିବନ୍ଧୁ ବେହେରା(୭୦), ଅନନ୍ତ ବେହେରା(୫୬), ମିଳୁ ବେହେରା (୫୦), ମାୟାଧର ନାଏକ(୬୭) ଗୁରୁତର ଆହତ ହୋଇଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍ସ ରେ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଛି। ଛେଣ୍ଡିପଦା ପୁଲିସ ଦୁର୍ଘଟଣାଗ୍ରସ୍ତ ଅଟୋ ଜବତ କରି ତଦନ୍ତ ଚଳେଇଛି।

Leave A Reply

Your email address will not be published.