ଅନୁଗୁଳ: ନାଲ୍କୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମର ବଳଭଦ୍ର ସାହୁ(୨୬) ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ, ବଳଭଦ୍ରଙ୍କ ଦୁଇ ଜଣ ପତ୍ନୀ । ପ୍ରଥମ ପତ୍ନୀ ଗିରାଙ୍ଗ ଗ୍ରାମରେ ରହୁଥିବା ବେଳେ ଦ୍ବିତୀୟ ପତ୍ନୀ ବଳରାମପ୍ରସାଦ ବସଲାସାହିରେ ଭଡ଼ାଘର ରହୁଛନ୍ତି । ରବିବାର ସନ୍ଧ୍ୟାରେ ସେ ବସଲାସାହିରୁ ଘରକୁ ଫେରିଥିଲେ । ସେ ଚିନ୍ତାଗ୍ରସ୍ତ ଥିବା ଦେଖି ପ୍ରଥମ ପତ୍ନୀ କଣ ହୋଇଛି ବୋଲି ପଚାରିଥିଲେ । ଏତିକି କଥାରେ ବଳଭଦ୍ର ରାଗିଯାଇଥିଲେ । ଯହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ବଳଭଦ୍ର ତାଙ୍କ ପତ୍ନୀଙ୍କୁ ଠେଲି ଦେଇ ଘର ଭିତରକୁ ପଶି କବାଟ ବନ୍ଦ କରିଦେଇଥିଲେ । ସାହିପଡ଼ିଶାଙ୍କୁ ଡାକି କବାଟ ଭାଙ୍ଗି ଭିତରକୁ ପଶିବା ବେଳକୁ କଡ଼ିରେ ଗାମୁଛାରେ ଫାଶୀ ଲଗାଇ ସେ ଝୁଲୁଥିବା ଦେଖାଯାଇଥିଲା । ପରିବାର ଲୋକେ ତାଙ୍କୁ ଓହ୍ଲାଇ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ପହଞ୍ଚି ଶବ ଜବତ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।