ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଅସଦ୍ ବ୍ୟବହାର କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି।
ସୂଚନା ଯେ, ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଗଣ୍ଡାନାଳୀ ଗାଁର ଶିକୁ ନାଏକ (୨୩) ସମ୍ପୃକ୍ତା ନାବାଳିକାକୁ ଏକତରଫା ପ୍ରେମ କରି ବାରମ୍ବାର ଫୋନ୍ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରନ୍ତି। ଏହିଭଳିଭାବେ ପ୍ରାୟ ବିଭିନ୍ନ ନମ୍ବରରୁ ଫୋନ୍ କରି ବାରମ୍ବାର ହଇରାଣ କରନ୍ତି। ଫଳରେ
ନାବାଳିକାର ପରିବାର ଏଥିରେ ଅତିଷ୍ଠ ହୋଇ ଜୁଲାଇ ୨୭ ତାରିଖରେ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁକରି ଶିକୁ ନାଏକଙ୍କୁ ଗିରଫ କରି କୋର୍ଟଚାଲାଣ
କରିଛି ।