ନାବାଳିକାକୁ ଅପହରଣ ମାମଲାରେ ଜଣେ ଯୁବକ ଗିରଫ

You are currently viewing ନାବାଳିକାକୁ ଅପହରଣ ମାମଲାରେ ଜଣେ ଯୁବକ ଗିରଫ

ଅନୁଗୁଳ : ବଅଁରପାଳ ଥାନା ଅଞ୍ଚଳରେ ଏକ ନାବାଳିକାକୁ ଅପହରଣ ମାମଲାରେ ଜଣେ ଯୁବକକୁ ଗିରଫ କରି ପୋଲିସ ଶୁକ୍ରବାର କୋର୍ଟ ଚାଲାଣ କରିଛି।
ସୂଚନା ମୁତାବକ, ବଅଁରପାଳ ଥାନା ଅଞ୍ଚଳର ଜଣେ ୧୭ବର୍ଷୀୟ ନାବାଳିକା ବଉଳିଗଡ଼ ଗ୍ରାମ ପଞ୍ଚାୟତସ୍ଥିତ ସାଙ୍ଗ ଘରକୁ ୧୩ ଜୁଲାଇରେ ବୁଲିବାକୁ ଯାଇଥିଲା। ଦୁଇ ଦିନ ପରେ ୧୫ ଜୁଲାଇ ଦ୍ଵିପ୍ରହର ସମୟରେ ସାଙ୍ଗ ସହ ବୁଲିବା ସମୟରେ ବଉଳିଗଡ଼ ପଞ୍ଚାୟତର ନୂଆନାଳୀ ଗ୍ରାମର କ୍ଷୀରୋଦ ସାମଲଙ୍କ ପୁଅ ଦିଲେଶ ସାମଲ ଦୁଇଜଣଙ୍କୁ ନେଇ ପୁରୀ ଯାଇଥିଲା।

ସେଠାରେ ବ୍ଲୁ ମୁନ୍ ହୋଟେଲ ନିକଟରେ ଏକ ଲଜ୍ ରେ ସମସ୍ତେ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ରହିଥିଲେ। ସୁଯୋଗ ଦେଖି ଦିଲେଶ୍, ଲଜରେ ନାବାଳିକା ସାଙ୍ଗକୁ ବନ୍ଦ କରି ନାବାଳିକାଙ୍କୁ ଧରି ଫେରାର ହୋଇଯାଇଥିଲା। କିଛି ସମୟ ପରେ ଲଜ୍ ମାଲିକ କବାଟ ଖୋଲିବାରୁ ତାଙ୍କୁ ବାଳିକା ଜଣକ ସବୁ ଜଣାଇଥିଲେ। ପରେ ଲଜ ମାଲିକ ଅନୁଗୁଳ ଟ୍ରେନରେ ତାଙ୍କୁ ବସାଇ ଦେଇଥିଲେ। ସେ ଘରକୁ ଆସିବା ପରେ ନିଜ ପରିବାର ଲୋକଙ୍କୁ ଏନେଇ ଜଣାଇଥିଲେ। ଏ ନେଇ ପରିବାର ଲୋକେ ବଅଁରପାଳ ଥାନାରେ ଝିଅ ନିଖୋଜ ଓ ଅପହରଣ ନେଇ ଅଭିଯୋଗ କରିଥିଲେ। ଥାନା ପକ୍ଷରୁ ନାବାଳିକା ଅପହରଣ ପୋକସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ପୋଲିସ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଦିଲେଶ ସାମଲକୁ ଗିରଫ କରି କୋର୍ଟଚାଲାଣ କରିଛି।

Share

Leave a Reply