ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

You are currently viewing ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅଞ୍ଚଳର ଜଣେ ୧୭ ବର୍ଷର ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୋଗରେ ସୋମବାର ପୁଲିସ ଜଣେ ଯୁବକଙ୍କୁ ଗିରଫକରିଛି।

ସୂଚନା ଯେ, ଖଣ୍ଡହତା ଗାଁର ବିକାଶ ନାଏକ(୨୫) ନାବାଳିକାଙ୍କସହ ୫ ମାସ ତଳେ ପ୍ରେମସମ୍ପର୍କ ସ୍ଥାପନକରିଥିଲେ। ସେପ୍ଟେମ୍ବର ୩୦ ତାରିଖରେ ନାବାଳିକାଙ୍କୁ ଅପହରଣକରି ବହାରକୁ ନେଇଯାଇଥିଲେ। ଏ ନେଇ ନାବାଳିକଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିଲା। ସୋମବାର ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିବାସହ ବିକାଶଙ୍କୁ ଗିରଫ କରିଥିଲା। ଉଭୟଙ୍କ ଡ଼ାକ୍ତରୀ ପରୀକ୍ଷାପରେ ବିକାଶଙ୍କୁ କୋର୍ଟ ଚାଲାଣ କରାଯାଇଛି। ନାବାଳିକାଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଛି।

Share

Leave a Reply