ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ତୁଳସୀପାଳ ଗ୍ରାମରୁ ୧୫୨ ଲିଟର ବିଦେଶୀ ମଦ ଜବତ ହେବା ସହ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସନାତନ ରାଉଳ। ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ତୁଳସୀପାଳ ଗ୍ରାମରେ ସନାତନ ରାଉଳ ବିଦେଶୀ ମଦ ବେପାର କରୁଥିଲେ। ଏ ନେଇ ବଅଁରପାଳ ପୋଲିସ ଖବର ପାଇ ଗାଁରେ ଚଢ଼ଉ କରି ୧୫୨ ଲିଟର ବିଦେଶୀ ମଦ ଜବତ ସହ ସନାତନ ରାଉଳଙ୍କୁ ଗିରଫ କରିଛି। ବଅଁରପାଳ ଥାନା ପକ୍ଷରୁ କେସ୍ ନମ୍ବର ୩୪୫/୨୦୨୨ ରେ ମାମଲା ରୁଜୁ କରି ସନାତନ ରାଉଳକୁ କୋର୍ଟ ଚାଲାଣ କରାଯାଇଛି।
୧୫୨ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
- Post published:October 8, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
